Spread the love

ପ୍ରୟାଗରାଜ
ଦିନକୁ ଦିନ ହଜିଯାଉଛି ମାନବିକତା । କୋଉଠିି ମଣିଷ ହାତୀକୁ ସୁପରୀପଣଷରେ ବାଣ ଭର୍ତ୍ତି କରି ଖାଇବାକୁ ଦଉଛି ତ ଆଉ କେଉଁଠି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡିଥିବା ଲୋକକୁ ସାହାଯ୍ୟ କରିବା ପାଇଁ କେହି ଜଣେ ଦଉଡି ଆସୁନାହାନ୍ତି । ଏବେ ଏପରି ଏକ ଅମାନବୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ । ଏଠାରେ ଏକ ସରକାରୀ ହସ୍ପିଟାଲର ଗାର୍ଡ ସଞ୍ଜୟ ମିଶ୍ର ହସ୍ପିଟାଲ ବାହାରେ ଜଣେ ଗୃହହୀନ ବୃଦ୍ଧାଙ୍କୁ ନିର୍ଦ୍ଦୟ ଭାବରେ ବାଡଉଥିବା ଦେଖିବାକୁ ମିଳିଛି । ଗତ କାଲି ବିଳମ୍ବିତ ରାତିରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଉକ୍ତ ଗାର୍ଡଙ୍କୁ ଗିରଫ କରାଯାଇଛି ।ଏହା ଘଟଣାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହେବ ସହିତ କ୍ରୋଧ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ସ୍ୱରୁପ ରାଣୀ ହସ୍ପିଟାଲ ବାହାରେ ସଞ୍ଜୟ ମାଡ ମାରୁଥିବାବେଳେ ବୃଦ୍ଧା ସାହାଯ୍ୟ ପାଇଁ ଚିକ୍ରାର କରୁଛନ୍ତି । ବୃଦ୍ଧାଙ୍କ ବୟସ ୮୦ରୁ ଅଧିକ ହେବ । ନିଜର ଗୃହ ନଥିବାରୁ ସେ ହସ୍ପିଟାଲର ଟ୍ରମା କେନ୍ଦ୍ର ବାହାରେ ଆଶ୍ରୟ ନେଇଥିଲେ । ଏହା ଲକ୍ଷ୍‌ନୌ ଠାରୁ ପ୍ରାୟ ୨୦୦ କିମି ଦୂରରେ ରହିଛି । ବୃଦ୍ଧା ଜଣଙ୍କ ଯନ୍ତ୍ରଣାରେ ଜର୍ଜରିତ ହୋଇ ତଳେ ପଡି ରହିଛନ୍ତି ଏବଂ ସଞ୍ଜୟ ତାଙ୍କୁ ଅନବରତ ଭାବେ ଗୋଡରେ ଗୋଇଠା ମାରିବା ସହିତ ବାଡେଇ ଚାଲିଛି । ଏହି ଘଟଣାକୁ ଦୁଇ ଜଣ ଲୋକ ଦେଖିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ତେବେ ସେମାନେ କାହିଁକି ଏହାକୁ ବିରୋଧ କଲେନି ତାହା ସ୍ପଷ୍ଟ ହୋଇନାହିଁ । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବୃଦ୍ଧାଙ୍କୁ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଗାର୍ଡ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି । ଏହି ଗାର୍ଡଙ୍କୁ ସେଠାରେ ମୁତୟନ କରଥିବା ସିକ୍ୟୁରିଟି ଏଜେନ୍ସିକୁ ମେଡିକାଲ କର୍ତ୍ତୁପକ୍ଷ କଳା ତାଲିକାଭୁକ୍ତ କରିଛନ୍ତି । ସୋସିଆଲ ମିଡିଆରେ ଅଧିକାଂଶ ଲୋକ ଗାର୍ଡ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here