Spread the love

ଭୁବନେଶ୍ୱର
ଦୁର୍ଗା ପୂଜା, କାଳୀ ପୂଜା ଏବଂ ଲକ୍ଷ୍‌ମୀ ପୂଜା ପାଇଁ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ ମଣ୍ଡପରେ ପୂଜା ପାଇଁ ଜିଲ୍ଲାପ।।ଳ, କମିଶନରଙ୍କ ଠାରୁ ଅନୁମତି ନେବା ଜରୁରୀ । ଜିଲ୍ଲାରେ ଜିଲ୍ଲାପାଳ ଏବଂ ଟ୍ୱିନ ସିଟିରେ କମିଶନରଙ୍କ ଠାରୁ ଅନୁମତି ନେବେ । କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇପାରିବ । ସାଧାରଣ ଲୋକ ଏଥିରେ ଭାଗ ନେବେନି କିମ୍ବା ଗହଳି ହେବନି । ମଣ୍ଡପର ତିନି ପ୍ରା୍‌ସ୍‌ବକୁ ସମ୍ପୂର୍ଣ ବନ୍ଦ ଏବଂ ଚତୁର୍ଥ ଦ୍ୱାର ଆଂଶିକ ବନ୍ଦ ରହିବ । ସାଧାରଣ ଲୋକେ ପ୍ରତିମା ଦେଖି ନପାରିବା ଭଳି ବ୍ୟବସ୍ଥା କରାଯିବ । ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସମ୍ବର୍ଣ ବନ୍ଦ ରହିବ । ମଣ୍ଡପରେ ମୂର୍ତ୍ତୀର ଉଚ୍ଚତା ୪ ଫୁଟରୁ ଅଧିକ ରହିବନି । ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣଙ୍କୁ ମିଶାଇ ୭ ଜଣରୁ ଅଧିକ ରହିବେନି । ସାମାଜିକ ଦୂରତ୍ୱ, ମାସ୍କ ବାଧତାମୂଳକ ପିନ୍ଧିବେ । ଭସାଣି ହେବନି , କୃତ୍ରିମ ପୋଖରୀରେ ବିସର୍ଜନ ହେବ । ମାର୍ଗଦର୍ଶିକା ଭଙ୍ଗ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିପର୍ଯ୍ୟୟ ପରିଚାଳନା ଆଇନ , ମହାମାରୀ ଆଇନ ଅନୁଯାୟୀ ଦଣ୍ଡବିଧାନ ହେବ ।

LEAVE A REPLY

Please enter your comment!
Please enter your name here