Spread the love

କଟକ: ସ୍ନାନଯାତ୍ରାରେ କିଭଳି ଭକ୍ତମାନେ ମନ୍ଦିର ମଧ୍ୟରେ ଉପସ୍ଥିତ ରହି ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିପାରିବେ ସେଥିପାଇଁ ଆଦେଶ ଦେବାକୁ ପ୍ରାର୍ଥନ ସମ୍ବଳିତ ଏକ ଆବେଦନର ଶୁଣାଣୀ କରି ଓଡ଼ିଶା ହାଇକୋର୍ଟ ଏ ସମ୍ପର୍କରେ କୌଣସି ଆଦେଶ ଦେବାକୁ ପ୍ରତ୍ୟଖ୍ୟାନ କରିଛନ୍ତି । ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ । ରାଜ୍ୟ ସରକାର କରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ନିଆଯାଇଥିବା ପଦକ୍ଷେପ ଅନୁସାରେ ଯାହାକିଛି ନିଷ୍ପତ୍ତି ନେଇ ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ସୁଚନାଯୋଗ୍ୟ ଯେ ଶୁକ୍ରବାର ସ୍ନାନଯାତ୍ରା ଅନୁଷ୍ଠିତ ହେବ ଓ ଭକ୍ତଙ୍କୁ ପୁରୀ ସହର ମଧ୍ୟକୁ ପୁରାଇନଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହରରେ ଗୁରୁବାର ଅପରାହ୍ନ ୨ଟାରୁ ଶନିବାର ଦିନ ୨ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରଯାଇଛି ।

LEAVE A REPLY

Please enter your comment!
Please enter your name here