Spread the love

ଭୁବନେଶ୍ବର, ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାରେ ଆଜି ହାଇକୋର୍ଟ ଆପୋସ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅଭିଭାବକ ମହାସଂଘ , ଶିକ୍ଷକ ସଂଘ , ସ୍କୁଲ କର୍ତ୍ତୁପକ୍ଷଙ୍କୁ ସାମିଲ କରି ଏକ ବୈଠକ ଅନୁଷ୍ଠିତ କରି ଏହାର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ।ବୈଠକରେ ନିର୍ଯ୍ଯାସ ନେଇ ଅବଗତ କରାଇବାକୁ ହାଇକୋର୍ଟ ପକ୍ଷରୁ କୁହାଯାଇଛି ।ସୂଚନା ଅନୁସାରେ ,ଫି ବୃଦ୍ଧିକୁ ନେଇ ଅଭିଭାବକ ମହାସଂଘ ହାଇକୋର୍ଟ ଯାଇଥିଲେ ।ଏହାର ଚୂଡାନ୍ତ ନିଷ୍ପତ୍ତି ପରେ ଆସନ୍ତା ସପ୍ତାହରେ ଏନେଇ ଶୁଣାଣୀ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here