Spread the love

ଭୁବନେଶ୍ୱର : ଆଜି ରାଜ୍ୟରେ ମୋଟ ଗୋଟିଏ ଦିନରେ ସର୍ବାଧିକ ୨୧୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦିନିକିଆ ସୁସ୍ଥ ହେବାରେ ଏହା ଆଜି ପର୍ଯ୍ୟନ୍ତ ସର୍ବକାଳୀନ ରେକଡର଼୍ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ମୋଟ ଆଜି ଯାଏ ୫୨ହଜାର ୨ ଶହ ୭୬ ଜଣ ମୋଟ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଏହି ସୂଚନାରୁ ଜଣାପଡ଼ିଛି । ସେହିଭଳି ମୋଟ ୨୨ ହଜାରରୁ ଅଧିକ ରୋଗୀ ବିଭିନ୍ନ କୋଭିଡ଼ ସେଣ୍ଟରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୭୬ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୨୬୫ ଜଣ , ସୁନ୍ଦରଗଡ଼ରୁ ୧୭୮, କଟକରୁ ୧୭୨, କୋରାପୁଟରୁ ୧୫୩, ଭଦ୍ରକରୁ ୧୪୪ଜଣ, ନୟାଗଡ଼ରୁ ୧୩୦, କନ୍ଧମାଳରୁ ୧୨୨, ବାଲେଶ୍ୱରରୁ ୯୦, ପୁରୀରୁ ୮୪, ମାଲକାନାଗିରିରୁ ୮୦, ସମ୍ବଲପୁରରୁ ୬୮, ରାୟଗଡ଼ାରୁ ୬୮, ମୟୁରଭଞ୍ଜରୁ ୫୬, ଗଜପତିରୂୁ ୫୦, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୪, ଢେ଼ଙ୍କାନାଳରୁ ୨୩, କେନ୍ଦୁଝରରୁ ୨୩, କଳାହାଣ୍ଡିରୁ ୧୯, ଅନୁଗୁଳରୁ ୧୮, କେନ୍ଦ୍ରାପଡ଼ାରୁ ୧୬, ବଲାଙ୍ଗିରରୁ ୧୪, ଝାରସୁଗୁଡ଼ାରୁ ୧୩, ନବରଙ୍ଗପୁରରୁ ୯, ବୈଧରୁ ୬ ଓ ସୋନପୁରରୁ ଜଣେ କୋରନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here