Spread the love

ଭୁବନେଶ୍ୱର
ଏବେ ଠାରୁ ଆଉ ହୋମଗାର୍ଡ ପଦବୀରେ ନିଯୁକ୍ତି ହେବ ନାହିଁ । ରାଜ୍ୟ ସରକାର ଖାଲିଥିବା ପଦବୀରେ ନିଯୁକ୍ତି ଉପରେ ରୋକ ଲଗାଇଦେଇଛନ୍ତି । ଏ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏବେ ମୋଟ ୧୭୬୭୫ଟି ହୋମଗାର୍ଡ ପଦବୀ ରହିଛି । ବର୍ତ୍ତମାନ ୧୬ ହଜାର ହୋମଗାର୍ଡ କାର୍ଯ୍ୟରତ । କିଛି ଦିନ ତଳେ ହାଇକୋର୍ଟ ହୋମଗାର୍ଡଙ୍କ ଦୈନିକ ଭତ୍ତାକୁ ୩୦୦ରୁ ୫୩୩ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଆର୍ଥିକ ବୋଝ ବୃଦ୍ଧି ପାଇଛି । ଅର୍ଥ ବିଭାଗର ପରାମର୍ଶ କ୍ରମେ ଏହି ପଦବୀରେ କୌଣସି ନିଯୁକ୍ତି ନକରିବା ଲାଗି ଗୃହ ବିଭାଗ ନିଷ୍ପତ୍ତି ନେଇଛି । ତେବେ ଏହାର ପ୍ରତିବଦଳରେ ୩ ଜଣ ହୋମଗାର୍ଡଙ୍କ ସ୍ଥାନରେ ଜଣେ କନଷ୍ଟେବଳଙ୍କୁ ନିଯୁକ୍ତି କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିକୁ ଗୃହରକ୍ଷୀ ସଂଘ ବିରୋଧ କରିଛି । ସରକାର ନିଷ୍ପତ୍ତିର ପୁର୍ନବିଚାର କରନ୍ତୁ ବୋଲି ସଂଘ ଦାବି କରିଛି ।

LEAVE A REPLY

Please enter your comment!
Please enter your name here