Spread the love

ମୁମ୍ବାଇ
ଜୁନ ୧୪ ତାରିଖରେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇଥିଲା । ଅକାଳରେ ତାଙ୍କ ମୃତ୍ୟୁଖବର ସାରା ଦେଶକୁ ଏକ ବଡ ଝଟକା ଦେଇଥିଲା । କିଛି ଦିନ ତଳେ ସୁଶାନ୍ତଙ୍କ ପିତା କେକେ ସିଂହ ଏହି ମାମଲାକୁ ନେଇ ଅଭିନେତ୍ରୀ ରିଅ।। ଚକ୍ରବର୍ତ୍ତୀଙ୍କ ବିରୋଧରେ ବିହାରରେ ମାମଲା ରୁଜୁ କରିଛନ୍ତି । ଏଥିଯୋଗୁଁ କେସକୁ ଏକ ନୂଆ ମୋଡ ମିଳିଛି । ଏବେ ଏହି ମାମଲାରେ ବିହାର ପୋଲିସ ତନାଘନା ଆରମ୍ଭ କରିଛି । ସେ ସୁଶାନ୍ତଙ୍କ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିବା ସହିତ ଜୋରସୋରରେ ତଦନ୍ତକୁ ଆଗକୁ ବଢାଉଛି । ବର୍ତ୍ତମାନ ବିହାର ଏବଂ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ମାମଲାର ତଦନ୍ତ କରୁଛନ୍ତି । ରିଆଙ୍କ ବିରୋଧରେ ସୁଶାନ୍ତଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଉଭୟେ ଏହି ଆଙ୍ଗେଲରୁ ଯାଞ୍ଚ କରୁଛନ୍ତି । ସୂଚନା ଅନୁଯାୟୀ ବିହାର ପୋଲିସ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ଭେଟିବାକୁ ଯାଇଥିଲା । କିନ୍ତୁ କୁପର ହସ୍ପିଟାଲ କର୍ତ୍ତୁପକ୍ଷ ପୋଲିସକୁ ଏଥିପାଇଁ ଅନୁମତି ଦେଇନଥିଲେ । ଏହା ସହିତ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବି ଦେବାକୁ ମଧ୍ୟ ମନା କରିଦେଇଥିଲେ । ମେଡିକାଲ କର୍ତ୍ତୁପକ୍ଷ ଏଥିପାଇଁ ମୁମ୍ବାଇ ପୋଲିସର ପ୍ରୋଟୋକଲ ଆଳ ଦେଖାଇଥିଲେ ।

LEAVE A REPLY

Please enter your comment!
Please enter your name here