Spread the love

ମୁମ୍ବାଇ : ମାତ୍ର ବର୍ଷକ ତଳେ କିଶୋର ବିୟାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ରିଟେଲ ସାମ୍ରାଜ୍ୟ ବିଶ୍ୱର ୮୦ ନମ୍ବର ସ୍ଥାନରେ ରହିଥିଲା । ହଜାର ହଜାର କୋଟି ଟଙ୍କାର କାରବାର ହେବା ସହ କମ୍ପାନୀର ସେୟାର ମୂଲ୍ୟ ମଧ୍ୟ ଉଚ୍ଚରେ ରହିଥିଲା । ତେବେ ୨୦୧୯ ଆର୍ଥିକ ବର୍ଷର ଶେଷ ୩ମାସ ଓ ୨୦୨୦ର କରୋନା ପରବର୍ତ୍ତୀ ସମୟରେ ଦେଶର ସର୍ବାଧିକ ରିଟେଲ ବଜାରର ରାଜା ବୋଲି କୁହାଯାଉଥିବା ବିଗ ବଜାର ବା ଫ୍ୟୁଚର ଗ୍ରୁପକୁ ଋଣ ଭାରରେ ବୁଡ଼ାଇ ଦେଇଥିଲା । କ୍ରମ ବର୍ଦ୍ଧିଷ୍ଣୁ ଋଣ ଭାର ପରିଶୋଧ କରି ନପାରିବାରୁ ବ୍ୟାଙ୍କଗୁଡ଼ିକ କମ୍ପାନୀରେ ରହିଥିବା ସେୟାରକୁ ଜବତ କଲେ । ଋଣ ପରିଶୋଧର ଅନ୍ୟ ଉପାୟ ନପାଇ ଶେଷରେ ଗ୍ରୁପର ଚେୟାରମ୍ୟାନ କିଶୋର ବିୟାନୀ ଫ୍ରୁଚର ଗ୍ରୁପକୁ ରିଲାଏନ୍ସ କମ୍ପାନୀକୁ ୨୪୭୧୩କୋଟି ଟଙ୍କାରେ ବିକ୍ରି କରି ଦେଇଛନ୍ତି । ଏଭଳି ଘଟଣା ଏବେ ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାଯୋଗ୍ୟ ଯେ, ୧୯୮୦ ମସିହାରୁ କିଶୋର ମାତ୍ର ୨୬ ବର୍ଷ ବୟସରେ କଲିକତାରୁ ରିଟେଲ ଜଗତରେ ପାଦ ଦେଇଥିଲେ । ପ୍ରଥମେ ପାଣ୍ଟାଲୁନ ବ୍ରାଣ୍ଡର ଷ୍ଟୋର ଖୋଲିଥିଲେ । ଏଥିରେ ସେ ମଧ୍ୟ ବେସ ସଫଳତା ପାଇଥିଲେ । ତେବେ ୨୦୧୨ ମସିହାରେ ସେ ଏହି ବ୍ରାଣ୍ଡକୁ ଆଦିତ୍ୟ ବିର୍ଲା ଗ୍ରୁପକୁ ବିକ୍ରି କରି ଦେଇଥିଲେ । ତେବେ ଏହା ପୂର୍ବରୁ ସେ ଫ୍ୟୁଚର ଗ୍ରୁପ ପ୍ରତିଷ୍ଠା କରି ଦେଶ ସାରା ବିଗ ବଜାର ବ୍ରାଣ୍ଡ ନାଁରେ ରିଟେଲ ଆଉଟ ଲେଟ ଖୋଲିଥିଲେ । ଏହାର ଟ୍ୟାଗ ଲାଇନ ରଖିଥିଲେ ସବୁଠାରୁ ଶସ୍ତା ଓ ସବୁଠାରୁ ଭଲ । ତେବେ ଏହା ଦେଶ ସାରା ବେଶ ଆଦୃତ ଲାଭ କରିଥିଲା । ତେବେ ଗତ ୨୦୧୯ ମସିହାରୁ ଏହା ଧିରେ ଧିରେ କ୍ଷତି କରିବାକୁ ଆରମ୍ଭ ହୋଇଥିଲା । ତେବେ ରିଲାୟନ୍ସ ଛଡ଼ା ଏହି କମ୍ପାନୀକୁ ଆମାଜନ ମଧ୍ୟ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲା । ରିଲାଏନ୍ସ କମ୍ପାନୀ ପ୍ୟୁଚର ଗ୍ରୁପକୁ କିଣିବା ପାରେ କିଶୋର ତାଙ୍କର ସମସ୍ତ ଋଣ ଶୁଝିବାକୁ ସମର୍ଥ ହେବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here