Spread the love

ମୁମ୍ବାଇ
ଚିକିତ୍ସା ପାଇଁ ମୁଁ କିଛି ଦିନ କାମରୁ ଅବ୍ୟାହତି ନେଉଛି । ମୋ ପରିବାର ଏବଂ ବନ୍ଧୁମାନେ ମୋ ସହ ଅଛନ୍ତି । ମୋର ଶୁଭେଚ୍ଛୁଙ୍କୁ ଚିନ୍ତା ନକରିବା ପାଇଁ ଏବଂ ଅଯଥା କଳ୍ପନା ନକରିବାକୁ ମୁଁ ଅନୁରୋଧ କରୁଛି । ଆପଣଙ୍କ ଭଲ ପାଇବା ଏବଂ ଶୁଭେଚ୍ଛାରୁ ମୁଁ ଖୁବଶୀଘ୍ର ଫେରିବିା ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ତଥା ମୁନ୍ନା ଭାଇ ଟ୍ୱିଟ କରି ଏହା କହିଛନ୍ତି । ସୂଚନାଯୋଗ୍ୟ ଯେ ସେ ଫୁସଫୁସ କ୍ୟାନସରରେ ପୀଡିତ ହୋଇଛନ୍ତି । ଏବେ ଏହା ତୃତୀୟ ପର୍ଯ୍ୟାୟରେ ରହିଛି । ଏହି ରୋଗର ଚିକିତ୍ସା ପାଇଁ ସେ ଆମେରିକା କିମ୍ବା ସିଙ୍ଗୋପୋର ଯିବାର ସମ୍ଭାବନା ରହିଛି । ସେ ଏହି ରୋଗରେ ଆକ୍ରାନ୍ତ ହେବା ନେଇ ନିଜେ ସୂଚନା ଦେଇଥିଲେ ଏବଂ ପ୍ରଶଂସକଙ୍କୁ ଚିନ୍ତା ନକରିବା ପାଇଁ କହିଥିଲେ ।

LEAVE A REPLY

Please enter your comment!
Please enter your name here