Spread the love

ଭୁବନେଶ୍ୱର: ରାଜ୍ୟରେ ପିପିଇ ଓ ମାସ୍କ କିଣାରେ ଦୁର୍ନୀତି ନେଇ ଅଭିଯୋଗ ହୋଇଛି । ଏଥିପାଇଁ ରାଜକୋଷ ଲୁଟ ବ୍ୟାପକ ହରିଲୁଟ ହୋଇଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଉକ୍ତ ସମୟରେ କ୍ରୟ କମିଟି ମୁଖ୍ୟ ଥିବା ଆଇଏଏସ ହେମନ୍ତ ଶର୍ମାଙ୍କୁ ଏଥିପାଇଁ ଦାୟୀ କରାଯାଇଥିଲା । ଏ ନେଇ ବିବାଦ ଜୋର ଧରିବାରୁ ଲୋକାୟୁକ୍ତ ଏହିି ମାମଲାର ତଦନ୍ତ ଆରମ୍ଭ କରିଥିଲେ । ଏ ସଂକ୍ରାନ୍ତରେ ଆଜି ଲୋକାୟୁକ୍ତଙ୍କ ନିକଟରେ ହାଜର ହେବାକୁ ହେମନ୍ତ ଶର୍ମାଙ୍କୁ କୁହାଯାଇଥିଲା । ତେବେ ସେ ନିଜେ ହାଜର ହୋଇନାହାନ୍ତି କିମ୍ବା ନିଜ ପକ୍ଷ ମଧ୍ୟ ରଖିନାହାନ୍ତି । ତେଣୁ ଆଜି ଶୁଣାଣି ହୋଇପାରିଲା ନାହିଁ । ଏବେ ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ଜବାବ ରଖିବା ଲାଗି ହେମନ୍ତ ଶର୍ମାଙ୍କୁ ଲୋକାୟୁକ୍ତ ନୋଟିସ ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here