Spread the love

ନୂଆଦିଲ୍ଲୀ
ଆସନ୍ତା ୩୧ ତାରିଖ ଯାଏଁ ଅନ୍ତର୍ଜାତୀୟ ଉଡାଣ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଆଜି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଉଭୟ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଲେ କିଛି ସ୍ତାନକୁ ବିମାନ ଚଳାଚଳ କରିପାରେ । ଏଥିପାଇଁ ସରକାର ଆଲୋଚନା ଜାରି ରଖିଛନ୍ତି । ଏହା ଉପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ତେବେ ଏହି ସମୟରେ ମାଲ ପରିବହନ ଏବଂ ଜରୁରୀ ସେବା ଜାରି ରହିବ ବୋଲି ଡିଜିସିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ସୂଚନାଯୋଗ୍ୟ ଯେ କରୋନା ସ୍ଥିତିକୁ ଦେଖି ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲାଗିଛି । ତେବେ ଏହି ସମୟରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ଲାଗି ବନ୍ଦେ ଭାରତ ମିଶନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here