Spread the love

ନୂଆଦିଲ୍ଲୀ
ଭାରତ ଏକ ବୃହତ ରେକର୍ଡ ପ୍ରତିଷ୍ଠା କରିଛି । ଅନ୍ତର୍ଜାତୀୟ ସ୍ତରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ ଲଢେଇରେ ପଡୋଶୀ ରାଷ୍ଟ୍ର ଚୀନକୁ ଭାରତ ପରାସ୍ତ କରିଛି । ଏହା ସହିତ ମିଳିତ ଜାତିସଂଘର କମିଶନ ଅନ ଦ ଷ୍ଟାଟସ ଅଫ ଓମେନ(ସିଏସଡବ୍ଲୁ)ର ସଦସ୍ୟ ଭାବେ ନିର୍ବାଚିତ ହୋଇଛି । ଏହି ବିଶ୍ୱ ସଂଗଠନ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣ ଲାଗି କାମ କରିଥାଏ । ଏଥିପାଇଁ ହୋଇଥିବା ଏର ତୀବ୍ର ପ୍ରତିଦ୍ୱନ୍ଦିତା ପୂର୍ଣ ନିର୍ବାଚନରେ ଭାରତ ବିଜୟୀ ହୋଇ ଚୀନକୁ ଜୋରଦାର ଝଟକା ଦେଇଛି । ସିଏଡଡ୍ୱୁଲ ହେଉଛି ୟୁଏନ ଇକୋନମିକ ଆଣ୍ଡ ସୋସିଆଲ କାଉନସିଲ(ଇସିଓଏସଓସି)ର ଏକ କାର୍ଯ୍ୟକାରୀ କମିଶନ । ଏହାର ୫୪ ସଦସ୍ୟ ଅଛନ୍ତି । ସୋମବାର ଏହାର ଚଳିତବର୍ଷର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା । ଏଥିରେ ଭାରତ, ଆଫଗାନିସ୍ତାନ ଏବଂ ଚୀନ ସହିତ ଏସିଆ-ପ୍ୟାସିଫିକ କ୍ଷେତ୍ର ରାଜ୍ୟ ଶ୍ରେଣୀର ଦୁଇଟି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୫୪ଟି ବାଲାଟରୁ ଆଫଗାନିସ୍ତାନକୁ ୩୯ ଏବଂ ଭାରତକୁ ୩୮ଟି ଭୋଟ ମିଳିଥିଲା । ତେବେ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଥିବା ଚୀନକୁ ମାତ୍ର ୨୭ ଭୋଟ ମିଳିଥିଲା । ଏଥିଯୋଗୁଁ ସେ ଆବଶ୍ୟକ ବହୁମତ (୨୮ଟି ଭୋଟ) ପାଇବାରେ ବିଫଳ ହୋଇଥିଲା । ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ଆମ୍ବାସଡର ଟିଏସ ତ୍ରିମୂର୍ତ୍ତୀ ଟ୍ୱିଟ କରି କହିଛନ୍ତି ଯେ ଭାରତ ସମ୍ମାନଜନ ଇସିଓଏସଓସି ସଂଗଠନର ସଦସ୍ୟ ନିର୍ବାଚିତ ହୋଇଛି । ଦେଶ ସିଏସଡବ୍ଲୁର ସଦସ୍ୟ ଭାବେ ନିର୍ବାଚିତ ହୋଇଛି । ଏହା ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣ ଦିଗରେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ସମର୍ଥନ ଯୋଗୁ ସଦସ୍ୟ ଦେଶଗୁଡିକୁ ମୁଁ ଧନ୍ୟବାଦ ଦେଉଛି ।

LEAVE A REPLY

Please enter your comment!
Please enter your name here