Spread the love

ନୂଆଦିଲ୍ଲୀ : ଭାରତୀୟ ହକି ଟିମ୍ ଅଧିନାୟକ ମନପ୍ରୀତ୍ ସିଂହଙ୍କ ସମେତ ୪ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି ।ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ବେଙ୍ଗାଲୁରୁ ହକି ଶିବିରରେ ଏହି ଖେଳାଳୀମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମନପ୍ରୀତ ସିଂହଙ୍କ ବ୍ୟତୀତ ସୁରେନ୍ଦ୍ର କୁମାର, ଯଶକରନ ସିଂହ, ବରୁଣ କୁମାର, କୃଷ୍ଣା ବି ପାଠକଙ୍କ ରିପୋର୍ଟ ପଜିଟିଭ୍ ରହିଛି ।ଶିବିରରେ ପହଞ୍ଚିଥିବା ସବୁ ଖେଳାଳୀମାନଙ୍କୁ କୋବିଡ଼-୧୯ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here