Spread the love

ନୂଆଦିଲ୍ଲୀ
ଭାରତକୁ ଆଉ ଏକ ସଫଳତା ମିଳିଛି । ଆଜି ଦେଶ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇପରସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେଇକିଲ(ଏଚଏସଟିଡିଭି) ସହିତ ଏକ ସ୍କ୍ରାମଜେଟ ଇଞ୍ଜିନର ସଫଳ ପରୀକ୍ଷଣ କରିଛି । ଏହା ପରବର୍ତ୍ତୀ ପିଢିର ହାଇପରସୋନିକ କ୍ରୁସ ମିସାଇଲର ନିର୍ମାଣରେ ମୁଖ୍ୟ ଆଧାରଶୀଳା ଭାବେ କାର୍ଯ୍ୟ କରିବ । ଏହି କୃତିତ୍ୱ ଲାଗି ଡିଆରଡିଓ ବୈଜ୍ଞାନିକମାନଙ୍କୁ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପରବର୍ତ୍ତୀ ପିଢିର ବିକାଶ ଲାଗି ସମସ୍ତ ଗୁରୁତ୍ୱପୂର୍ଣ ଟେକ୍ନୋଲୋଜିର ବିକାଶ ହୋଇସାରିଛି ବୋଲି ସେ କହିଛନ୍ତି । ଏହା ଆତ୍ମନିର୍ଭର ଭାରତକୁ ସଶକ୍ତ କରିବ । ବୈଜ୍ଞାନିକଙ୍କ ଲାଗିି ଭ।।ରତ ଗର୍ବୀତ ବୋଲି ସେ କହିଛନ୍ତି । ଓଡିଶାର ବାଲେଶ୍ୱର ସ୍ଥିତ ଡ. ଅବଦୁଲ କଲାମ ଦ୍ୱୀପରୁ ଏହି ଇଞ୍ଜିନର ସଫଳ ପରୀକ୍ଷଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here