Spread the love

ନୂଆଦିଲ୍ଲୀ: ଜାପାନ ସହ ମିଶି ଭାରତ ଗଠନ କରିଥିବା ଇଣ୍ଡୋ-ପାସିଫିକରେ ଚୀନର ଘନିଷ୍ଠ ସହଯୋଗୀ ଋଷକୁ ସାମିଲ କରିବାକୁ ଭାରତ ଉଦ୍ୟମ କରୁଛି । ଏଥିପାଇଁ ଦୁଇ ଦେଶ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ହୋଇଛି । ଇଣ୍ଡୋ-ପାସିଫିକକୁ ନେଇ ଋଷର କିଛି ସନ୍ଦେହ ଥିଲା । ଭାରତ ଋଷର ସନ୍ଦେହ ମୋଚନ ପାଇଁ କହିଛି ଯେ ଇଣ୍ଡୋ-ପାସିଫିକ ଏକ ମୁକ୍ତ, ସ୍ୱଚ୍ଛ, ନିରପେକ୍ଷ ଓ ଆସିଆନର ଲକ୍ଷ୍ୟ-ଆଦର୍ଶରେ ଗଠନ କରାଯାଇଛି । ଏଥିରୁ କାହାକୁ ବାଦ ଦିଆଯାଇନାହିଁ । ଏ ସମ୍ପର୍କରେ ଗତ ୪ ତାରିଖରେ ବିଦେଶ ସଚିବ ହର୍ଷ ସ୍ରିଙ୍ଗଲା, ଋଷ ଉପ ବିଦେଶ ମନ୍ତ୍ରୀ ଇଗୋର ମୋର୍ଗୁଲୋଭଙ୍କ ସହ ଆଲୋଚନା କରିଛନ୍ତି । ଏହି ପ୍ରସ୍ତାବ ଏବେ ପ୍ରାଥମିକ ସ୍ତରରେ ଅଛି । ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଜାପାନ ପ୍ରତିପକ୍ଷ ସିଞ୍ଜୋ ଆବେ ଗତ ବର୍ଷ ଋଷ ଗସ୍ତ କରିଥିଲା ବେଳେ ଏ ସମ୍ପର୍କରେ ପ୍ରଥମେ ଆଲୋଚନା କରାଯାଇଥିଲା । ଭାରତ ଓ ଜାପାନ ଏବେ ବାଂଲାଦେଶ, ଶ୍ରୀଲଙ୍କା, ମ୍ୟାନମାର ସମେତ ଆଫ୍ରିକାରେ ଯୋଗାଯୋଗ ସହ ଅନ୍ୟ ପ୍ରକଳ୍ପରେ ଏକତ୍ର କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here