Spread the love

ନୂଆଦିଲ୍ଲୀ: ଭାରତ ଚୀନକୁ ଲାଗିକରି ଥିବା ନିଜ ସୀମାରେ ଭିତ୍ତିଭୂମୀ ଦୃଢ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଲଦାଖ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ସିକିମର କେବଳ ସୀମା ପ୍ରକଳ୍ପରେ ଏକ କେନ୍ଦ୍ରୀୟ ଯୋଜନାର ୧୦ ପ୍ରତିଶତ ଅର୍ଥ ବ୍ୟୟ ହେବ । ବର୍ଡର ଏରିଆ ଡେଭଲପମେଣ୍ଟ ପ୍ରୋଗ୍ରାମ (ବିଏଡିପି)କୁ ୨୦୨୦-୨୧ ବର୍ଷ ପାଇଁ ୭୮୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ନୁଆ ଯୋଜନା ଅନୁଯାୟୀ ସୀମା ସୁରକ୍ଷା ବାହିନୀ ଦ୍ୱାରା ଚିହ୍ନଟ ହୋଇଥିବା ଚୀନ ସୀମାବର୍ତ୍ତୀ ବସତି ଓ ସହରକୁ ଗୁରୁତ୍ୱ ଦିଆଯିବ । ଏହି ଅର୍ଥରେ ଉକ୍ତ ବସତି ଓ ସହରରେ ସୀମାଠାରୁ ୧୦ କିଲୋମିଟର ଅଞ୍ଚଳରେ ରାସ୍ତା, ପୋଲ, କଲଭର୍ଟ, ପ୍ରାଥମିକ ସ୍କୁଲ, ସ୍ୱାସ୍ଥ୍ୟ ଭିତ୍ତିଭୂମୀ, ଖେଳପଡ଼ିଆ, ଜଳସେଚନ କାର୍ଯ୍ୟ, ମିନି ଷ୍ଟାଡିୟମ ଇତ୍ୟାଦି ନିର୍ମାଣ କରାଯିବ ।

LEAVE A REPLY

Please enter your comment!
Please enter your name here