Spread the love

ନୂଆଦିଲ୍ଲୀ
ସୀମାରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏପରି ସମୟରେ ଭାରତୀୟ ସେନା ଏକ ମହାନ କାମ କରିଛି । ସେ ଉତ୍ତର କାଶ୍ମୀରର ବାଟବଣା ହୋଇଥିବା ୩ ଜଣ ଚୀନ ନାଗରିକଙ୍କୁ ଉଦ୍ଧାର କରିବା ସହ ଆତିଥ୍ୟ ପ୍ରଦାନ କରିଛି । ସେମାନେ ଗତ ୩ ତାରିଖରେ ଉତ୍ଥର କାଶ୍ମୀରର ସମୁଦ୍ର ପତ୍ତନଠାରୁ ୧୭୫୦୦ କିମି ଉଚ୍ଚରେ ଥିବା ଫ୍ଲାଟିୟୁ ଅଞ୍ଚଳରେ ବାଟବଣା ହୋଇଯାଇଥିଲେ । ସେନାର ଯବାନମାନେ ସେମାନଙ୍କୁ ଉଦ୍ଧାର କରି ମେଡିକାଲ ସହାୟତା ପ୍ରଦାନ କରିଛନ୍ତି । ଏହା ସହିତ ସେମାନଙ୍କୁ ଖାଦ୍ୟ, ବସ୍ତ୍ର ଏବଂ ଅମ୍ଳଜାନ ଦେଇଛନ୍ତି । ଏହା ସହିତ ଫେରିବା ପାଇଁ ଉଚିତ ମାର୍ଗଦର୍ଶନ କରିଛନ୍ତି । ସେନା ପକ୍ଷରୁ କୁହାଯାଇଛି । ଅରୁଣାଚଳ ପ୍ରଦେଶର ସୁବାସିର ଜିଲ୍ଲାରୁ ୫ ଜଣ ଭାରତୀୟଙ୍କୁ ଚୀନ ସେନା ଅପହରଣ କରିନେଇଛି ବୋଲି କଂଗ୍ରେସ ବିଧାୟକ ନିନଙ୍ଗ ଏରିଙ୍ଗ ଦାବି କରିଛନ୍ତି । ସେ କିଛି ମାସ ତଳେ ଏହି ଘଟଣା ଘଟିଥିଲା ବୋଲି କହିଛନ୍ତି । ଅପହୃତ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here