Spread the love

ନୂଆଦିଲ୍ଲୀ
ଭାରତୀୟ ସେନା ଚୀନ ସୈନିକ କାର୍ପୋରଲ ୱାଙ୍ଗ ଲାଙ୍ଗଙ୍କୁ ଚୀନକୁ ହସ୍ତାନ୍ତର କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଚୁଶୁଲ-ମୋଲଦୋ ବର୍ଡର ପଏଣ୍ଟରେ ତାଙ୍କୁ ଚୀନକୁ ହସ୍ତାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ ଲାଙ୍ଗ ଭୁଲବଶତଃ ଲଦ୍ଦାଖର ଡେମଚୋକରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିଲା । ପରେ ଭାରତୀୟ ସେନା ତାଙ୍କୁ ହେପାଜତକୁ ନେଇଥିଲା । ପରେ ଚୀନ ୨ ଜଣ ସୈନିକ ପଥଭ୍ରଷ୍ଟ ହୋଇଥିବା ନେଇ ଭାରତକୁ ସୂଚନା ଦେଇଥିବା ଏବଂ ସେମାନଙ୍କୁ ସନ୍ଧାନରେ ସାହାଯ୍ୟ ଲାଗି ଅନୁରୋଧ କରିଥିଲା । ଲାଙ୍ଗ ଗତ ୧୯ ତାରିଖରେ ପୂର୍ବ ଲଦ୍ଦାଖର ଡେମଚୋକ ସେକ୍ଟରରେ ପ୍ରବେଶ କରିଥିଲେ । ପରେ ଭାରତୀୟ ସେନା ମାନବିକତା ଆଧାରରେ ତାଙ୍କୁ ଅତ୍ୟାଧିକ ଉଚ୍ଚ ଓ କୋଠର ଜଳବାୟୁ ପରିସ୍ଥିତିରୁ ବଂଚିବା ଲାଗି ଅକ୍ସିଜେନ, ଖାଦ୍ୟ ଓ ଗରମ କପଡ଼ା ସହିତ ଚିକିତ୍ସା ସହୟତା ଦେଇଥିଲା । କିନ୍ତୁ ପ୍ରଥମେ ସେ ଗୁପ୍ତଚରୀ କରୁଥିବା ସନ୍ଦେବ କରାଯାଇଥିଲା । ତେବେ ପରେ ସେନା ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here