Spread the love

ବେଙ୍ଗାଲୁରୁ: କରୋନା ପାଇଁ ଦୀର୍ଘ ଛଅ ସପ୍ତାହ ପରେ ପଡିଆକୁ ଓଲ୍ହାଇବେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ଖେଳାଳି । ବେଙ୍ଗାଲୁରର ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର କ୍ୟାମ୍ପସରେ ଆୟୋଜିତ ଏହି ଟ୍ରେନିଙ୍ଗ କ୍ୟାମ୍ପ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ଯାଏ ଅନୁଷ୍ଠିତ ହେବ । ଏ ନେଇ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି । ତେବେ ଖେଳାଳିମାନଙ୍କୁ ଯଥାଶୀଘ୍ର କ୍ୟାମ୍ପରେ ଯୋଗ ଦେବାକୁ କୁହାଯାଇଛି ।ଏହି କ୍ୟାମ୍ପରେ ୩୩ ଜଣ ପୁରୁଷ ଖେଳାଳି ଏବଂ ୮ ଜଣ ସପୋର୍ଟ ଷ୍ଟାଫ ରହିବେ । ସେହିପରି ମହିଳା ଦଳ ପକ୍ଷରୁ ମଧ୍ୟ ୨୪ଜଣ ଖେଳାଳି ଏବଂ ୭ ଜଣ ସପୋର୍ଟ ଷ୍ଟାଫ ରହିବେ ।ଏହା ସହ କ୍ୟାମ୍ପ ଚାଲିଥିବା ସମୟରେ ଯଦି କୌଣସି ଖେଳାଳି କିମ୍ବା ଅଫିସିଆଲ ଷ୍ଟାଫ ପଜିଟିଭ ଚି଼ହ୍ନଟ ହୁଅନ୍ତି ସେମାନଙ୍କୁ ରଖିବା ନିମନ୍ତେ ସ୍ୱତନ୍ତ୍ର ଆଇସୋଲେସନ ହଲର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here