Spread the love

ବେଜିଂ
ଜୁନ ୧୫ ଠାରୁ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିିଛି । ସେହିଦିନ ଠାରୁ ଭାରତୀୟ ଖବରକାଗଜ-ୱେବସାଇଟକୁ ଚୀନ ବନ୍ଦ କରିଦେଇଛି । ତେଣୁ ସେଠାରେ ଏଗୁଡିକ ଉପଲବ୍ଧ ହେଉନାହିଁ । କିନ୍ତୁ ଭାରତରେ ଚୀନ ଖବରକାଗଜ-ୱେବସାଇଟି ଉପଲବ୍ଧ ହେବା ଜାରିି ରହିଛି । କେବଳ ଭର୍ଚୁଆଲ ପ୍ରାଇଭେଟ ନେଟୱର୍କ (ଭିପିଏନ) ମାଧ୍ୟମରେ ଚୀନ ଲୋକେ ଭାରତୀୟ ମିଡିଆ ଏବଂ ୱେବସାଇଟକୁ ସକ୍ରିୟ କରିପାରିବେ । ଏହା ସହିତ ଆଇପି ଟିଭି ମାଧ୍ୟମରେ ମଧ୍ୟ ଭାରତୀୟ ଟିଭି ଚ୍ୟାନେଲ ଗୁଡିକୁ ସକ୍ରିୟ କରିହେବ । ତେବେ ଗତ ଦୁଇ ଦିନ ହେଲା ଆଇଫୋନ ଏବଂ ଡେକ୍ସଟପ ଗୁଡିକରେ ଏକ୍ସପ୍ରେସଭିପିଏନ କାର୍ଯ୍ୟ କରୁନାହିଁ । ଭିପିଏନ ହେଉଛି ଏକ ଶକ୍ତିଶାଳୀ ମାଧ୍ୟମ ଯାହା ବ୍ୟବହାରକାରୀଙ୍କୁ ପବ୍ଲିକ ଇଣ୍ଟରନେଟ କନେକ୍ସନରୁ ଏକ ବ୍ୟକ୍ତିଗତ ନେଟୱର୍କ ସୃଷ୍ଟି କରିବାରେ ସହାୟତା କରିଥାଏ । ଏଥିରେ ଉଚ୍ଚ ସୁରକ୍ଷା ବୈଶିଷ୍ଟ୍ୟ ରହିଥାଏ । ଏହା ଇଣ୍ଟରନେଟ ପ୍ରୋଟକଲ (ଆଇପି)କୁ ଛପାଇ ରଖିଥାଏ । ତେଣୁ ବ୍ୟବହାରକରୀଙ୍କ ଅନଲାଇନ କାର୍ଯ୍ୟକଳାପକୁ ଟ୍ରେସ କରି ହୁଏନାହିଁ । କିନ୍ତୁ ଚୀନ ଏକ ଉନ୍ନତ ଜ୍ଞାନକୌଶଳ ପ୍ରସ୍ତୁତ କରିଛି ଯାହା ଭିପିଏନକୁ ବ୍ଲକ କରିଦେଉଛି । ପୂର୍ବ ଲଦାଖର ଗଲୱାନ ଘାଟୀରେ ଭାରତ-ଚୀନ ସେନା ମୁହାଁମୁହିଁ ହେବା ପରଠାରୁ ଜଣେ ଅନ୍ୟ ଜଣଙ୍କ ବିରୋଧରେ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ ଦେଶର ସାର୍ବଭୌମତ୍ୱ ଏବଂ ଏକତା ପ୍ରତିି ବିପଦ ଥିବା ଦର୍ଶାଇ ଭାରତ ସୋମବାର ଟିକଟକ ସମେତ ୫୯ ଚୀନ ଆପ ନିଷିଦ୍ଧ କରିଛି । ଏହା ପୂର୍ବରୁ ଚୀନ ଭାରତୀୟ ମିଡିଆ ଉପରେ କଟକଣା ଲଗାଇଥିଲା ।

LEAVE A REPLY

Please enter your comment!
Please enter your name here