Spread the love

ନୂଆଦିଲ୍ଲୀ :ଚାଇନା ଗେମିଂ ଆପକୁ ଟକ୍କର ଦେବ ଭାରତୀୟ ଆପ ଫୌ-ଜି ଗେମ୍ ।ଏହି ଗେମ ବିଷୟରେ ଆଜି ବଲିଉଡ ଷ୍ଟାର ଅକ୍ଷୟ କୁମାର ଘୋଷଣା କରିଛନ୍ତି। ଅକ୍ଷୟ କୁମ‌ାର ଏହି ଆକ୍ସନ୍-ମଲ୍‌ଟିପ୍ଲେୟାର୍‌ ଗେମ୍‌ର ଉପସ୍ଥାପକ ରହିବେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ କରି ଅକ୍ଷୟ ଏହି ଗେମକୁ ଲୋକଲୋଚନକୁ ଆଣିଛନ୍ତି । ଏହି ଗେମରୁ ଆସୁଥିବା ନେଟ୍‌ ରାଜସ୍ବର ୨୦% ‘ଭାରତ କେ ବୀର’ ଟ୍ରଷ୍ଟ୍‌କୁ ପ୍ରଦାନ କରାଯିବ।ଗତ ଦୁଇ ଦିନ ତଳେ କେନ୍ଦ୍ର ସରକାର ଲୋକପ୍ରିୟ ଗେମିଂ ଆପ୍ ପବଜି ଓ ଅନ୍ୟ ୧୧୮ ମୋବାଇଲ ଆପ୍ସକୁ ବ୍ୟାନ କରିଥିଲେ ।ଅନ୍ୟପଟେ ଚୀନର ମୋଟ ୨୨୪ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି।

LEAVE A REPLY

Please enter your comment!
Please enter your name here