Spread the love

ନୂଆଦିଲ୍ଲୀ:କରୋନା ରୋକିବା କ୍ଷେତ୍ରରେ ସଫଳତା ହାସଲ କରିଥିବା ତାଇୱାନ, ଜର୍ମାନ, ଦକ୍ଷିଣ କୋରିଆ ଓ ଜାପାନ ଆଦି ଦେଶ ତୁଳନାରେ ଭାରତରେ ପରୀକ୍ଷା ହାର ଯଥେଷ୍ଟ କମ୍ ଥିବା ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ଡ଼ା.ସୌମ୍ୟା ସ୍ବାମୀନାଥନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କୋଭିଡ଼-୧୯ ଟୀକା ଉଦ୍ଭାବନ ନିମନ୍ତେ ୨୮ଟି କମ୍ପାନୀ ଯଥେଷ୍ଟ ଅଗ୍ରଗତି କରିଛନ୍ତି ଓ ତାହା ମଧ୍ୟରୁ ୫ଟି କମ୍ପାନୀ ପ୍ରଥମ ପର୍ଯ୍ୟାୟ ଅତିକ୍ରମ କରି ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ପରୀକ୍ଷଣ ବିନା କରୋନା ପରି ଏକ ଅଦୃଶ୍ୟ ମହାମାରୀ ସହ ଲଢ଼ିବା ସମ୍ଭବ ନୁହେଁ । ଆଖି ବନ୍ଦ କରି ବାଡ଼ିବୁଲାଇବା ଦ୍ବାରା ଶତ୍ରୁକୁ ବିନାଶ କରିହୁଏ ନାହିଁ । ତେଣୁ କେତେ ପରୀକ୍ଷା କରାଯିବ ଓ ଏହାର ମାନଦଣ୍ଡ କ’ଣ ରହିବ ତାହା ପ୍ରଥମେ ସ୍ଥିର ହେବା ଆବଶ୍ୟକ । ଜନସ୍ବାସ୍ଥ୍ୟ ବିଭାଗ ପ୍ରତି ଲକ୍ଷ କିମ୍ବା ନିୟୁତ ଅନୁସାରେ ପରୀକ୍ଷା କରି ଏହାର ସଂକ୍ରମିତ ହାର ଉପରେ ଅନୁଧ୍ୟାନ କରିବା ଦରକାର । ଏପରିକି ଆମେରିକା ବିପୁଳ ସଂଖ୍ୟକ ଲୋକଙ୍କୁ ପରୀକ୍ଷା କରୁଛି। କୋବିଡ଼ ୧୯ ପଜିଟିଭ୍ ଅଧିକ ଆସୁଛି ଅର୍ଥ ନୁହେଁ ଯେ ଅଧିକ ପରୀକ୍ଷା କରାଯାଉଛି । ତେଣୁ ପ୍ରତ୍ୟକ ଦେଶ ଅଧିକ ପରୀକ୍ଷା କରିବା ଦରକାର ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here