Spread the love

ନୂଆଦିଲ୍ଲୀ
ଭାରତର ପ୍ରଥମ କରୋନା ଟୀକା କୋଭାକ୍ସିନକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ମଞ୍ଜୁରୀ ଦେଇଛନ୍ତି । ଏହାକୁ ଭାରତ ବାୟୋଟେକ ପ୍ରସ୍ତୁତ କରିଛି । ଦେଶର ପ୍ରଥମ ଚୀକା ଭାବେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ହୁମ୍ୟାନ କ୍ଲିନିକାଲ ଟ୍ରାଏଲ ପାଇଁ ଡିସିଜିଆଇ ଏହି ଅନୁମତି ଦେଇଛନ୍ତି । ଆସନ୍ତା ମାସରୁ ସାରା ଦେଶରେ ଏହାର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ଏବଂ ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ଭାଇରୋଲୋଜ(ଏନଆଇଭିି),ପୁନେର ସହଯୋଗରେ କମ୍ପାନୀ ଏହି ଟୀକା ପ୍ରସ୍ତୁତ କରିଛି । ଭାରତ ବାୟୋଟେକର ସିଏମଡି କ୍ରିଷ୍ଣା ଏଲା କହିଛନ୍ତି ଯେ ଭାରତର ପ୍ରଥମ ସ୍ୱଦେଶୀ କରୋନା ଟୀକା କୋଭାକ୍ସିନ ସମ୍ପର୍କରେ ଘୋଷଣା କରି ଆମେ ଗର୍ବୀତ । ଏଥିପାଇଁ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ(ସିଡିଏସସିଓ) ମଧ୍ୟ ସହାୟତା କରିଛନ୍ତି । ଏଥିପାଇଁ ଆମର ଆର ଆଣ୍ଡି ଡି ଟିମ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ପଶୁପକ୍ଷୀଙ୍କ ଉପରେ ଏହି ଟୀକାର ପରୀକ୍ଷଣ ସଫଳ ହୋଇଛି । ଏବେ ଆମେ ପରବର୍ତ୍ତୀ ପରୀକ୍ଷା ଦିିଗରେ କାର୍ଯ୍ୟ କରୁଛୁ ।

LEAVE A REPLY

Please enter your comment!
Please enter your name here