Spread the love

ଅହମ୍ମଦାବାଦ: ଅଧିର ସୈୟାଧ ହେଉଛନ୍ତି ଗୁଜୁରାଟର ଜଣେ ବ୍ରେଜ୍ଞାନିକ ଓ ରେଡିଓପ୍ରେମୀ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ କିପରି ଟେଲିଫୋନ ଯୋଗେ ଯୋଗାଯୋଗ କରିହେବ ସେ ସମ୍ପର୍କରେ ନିଜର ଜଣେ ଛାତ୍ରକୁ ବୁଝାଉଥିବା ବେଳେ ତାଙ୍କ ଖୁସିର ସୀମା ରହିଲା ନାହିଁ । କାରଣ ସେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଟେଲିଫୋନ ସଂଯୋଗ କରିବାରେ ସକ୍ଷମ ହୋଇଛନ୍ତି ଓ ମହାକାଶ କେନ୍ଦ୍ରରେ ଥିବା ଆମେରିକୀୟ ମହାକାଶଚାରୀ ଡଗ ହର୍ଲି ତାଙ୍କ ସହ କଥା ହୋଇଛନ୍ତି । ଜଣେ ବୈଜ୍ଞାନିକ ଭାବେ ଅଧିର ଜାଣିଥିଲେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର କେତେବେଳେ ଭାରତ ଉପର ଦେଇ ଗତି କରିବ । ସେହି ଅନୁସାରେ ସେ କେନ୍ଦ୍ର ସହ ଫୋନ ସଂଯୋଗ କରିବାରେ ଲାଗିଥିଲେ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ମହାକାଶଚାରୀମାନେ ନାଶାର ଟିଭି ଦର୍ଶକଙ୍କ ସହ କଥା ହେଉଥିଲା ବେଳେ ଅଧିର କେନ୍ଦ୍ର ସହ ଫୋନ ସଂଯୋଗ କରିବାରେ ସଫଳ ହୋଇଥିଲେ ଓ ହର୍ଲି ତାଙ୍କ ଫୋନ ଗ୍ରହଣ କରିଥିଲେ । ଫୋନ କଥା ସମ୍ପର୍କରେ ବିଶେଷ ସୁଚନା ଦେଇନଥିଲେ ମଧ୍ୟ ଅଧିର କହିଛନ୍ତି ଯେ ସେ ଇତିହାସର ଅଂଶ ପାଲଟିଗଲେ । କାରଣ ହର୍ଲି ତାଙ୍କ ଫୋନର ଉତ୍ତର ଦେଇଥିଲେ । ଘରୋଇ ସଂସ୍ଥା ‘ସ୍ପେସ ଏକ୍ସ’ର ‘କ୍ରିଉ ଡ୍ରାଗନ’ ରକେଟରେ ମହାକାଶଚାରୀ ହର୍ଲିଙ୍କ ସହ ବବ ବେନକେନ ମହାକାଶ ଯାତ୍ର କରିଥିଲେ । ପ୍ରଥମଥର ପାଇଁ ଘରୋଇ ସଂସ୍ଥାର ରକେଟ ଦ୍ୱାରା ମହାକାଶଚାରୀ ସଫଳତାର ସହ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପ୍ରବେଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here