Spread the love

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଶୁକ୍ରବାର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପୁରୀ, ଜଗତସିଂହପୁର ,ଦେବଗଡ଼ ,ଅନୁଗୁଳ ,କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି । ଅନ୍ୟପଟେ କଟକ ,କନ୍ଧମାଳ ,ଯାଜପୁର ,ଭଦ୍ରକ ,ବଲାଙ୍ଗୀର ଓ ଖୋର୍ଦ୍ଧା ରେ ମଧ୍ୟ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସେହିପରି ଗତ ୨୪ଘଣ୍ଟାରେ ଆଠଗଡରେ ସର୍ବାଧିକ ୧୮୨ ମିଲିମିଟର ବର୍ଷା ହୋଇଛି । ବାଙ୍କୀରେ ୧୬୫ ମିମି ଓ ଢେଙ୍କାନାଳରେ ୧୪୪.୩ ମିମି ବର୍ଷା ହୋଇଛି । ଜୁନ ୧ରୁ ଅଗଷ୍ଟ ୧୪ ମଧ୍ୟରେ ୬୪୩.୪ ମିମି ବର୍ଷା ହୋଇଥିବା ବେଳେ ତାହା ସ୍ବାଭାବିକ ଠାରୁ ୧୩ ପ୍ରତିଶତ କମ ବର୍ଷା ହୋଇଥିବା ପାଣିପାଗ ନିର୍ଦ୍ଦେଶକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here