Spread the love

ଭୁବନେଶ୍ଵର : ରାଜ୍ୟରେ ଥିବା କୋଭିଡ ହସ୍ପିଟାଲକୁ ନେଇ ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି ।ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ଥିବା ଘରୋଇ ହସ୍ପିଟାଲ ଗୁଡିକରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି ।ଏହି ପାଞ୍ଚଟି ସହରରେ ଥିବା ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲମାନେ ନିଜ ସାଧାରଣ ଶଯ୍ୟା ବା ଜେନେରାଲ ବେଡର ଅଧା ଓ ଆଇସିୟୁ ଶଯ୍ୟାର ୮୦ ପ୍ରତିଶତ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ଜରୁରୀ ପରିସ୍ଥିତିରେ ସପୂର୍ଣ୍ଣ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିବର୍ତ୍ତନ କରିବାର ବିକଳ୍ପ ଖୋଲା ରହିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି।ତେବେ ଗତ ଅଗଷ୍ଟ ୨୮ରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ଚିକିତ୍ସା ପାଇଁ ଧାର୍ଯ୍ୟ ଦର ଅନୁଯାୟୀ ଏହି ହସ୍ପିଟାଲଗୁଡିକ ରୋଗୀମାନଙ୍କଠାରୁ ଚିକିତ୍ସା ଖର୍ଚ୍ଚ ଆଦାୟ କରିପାରିବେ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ସାଧାରଣ ଶଯ୍ୟା ପାଇଁ ଦୈନିକ ୨୯୫୦ରୁ ୪୭୫୦, ଆଇସିୟୁ ୧୦ରୁ ୧୭ ହଜାର ଓ ଆଇସିୟୁ ସହ ଭେଣ୍ଟିଲେଟର୍ ପାଇଁ ୧୨ରୁ ୧୮ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଧାର୍ଯ୍ୟ କରାଯାଇଥିବା ଦର ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲ ପାଇଁ ଲାଗୁ ହେଉଛି ।

LEAVE A REPLY

Please enter your comment!
Please enter your name here