Spread the love

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀଙ୍କୁ ଆଜି ଏକ ବଡ ସଫଳତା ମିଳିଛି। ସୁରକ୍ଷାବାହିନୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ,ଜମ୍ମୁ କାଶ୍ମୀରର ଶୋପିଆଁ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।ଗୁଳିବିନିମୟ ସମୟରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀଙ୍କ ମୃତ୍ୟୁ ପରେ ଅନ୍ୟ ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି । ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଜମ୍ମୁ-କଶ୍ମୀର ପୁଲିସ ଏବଂ ସୁରକ୍ଷା ବାହିନୀ ଦ୍ୱାରା ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here