FILE - In this May 4, 2020, file photo, Japan's Prime Minister Shinzo Abe speaks during a press conference at his official residence in Tokyo. Japan’s NHK and other media say Friday, Aug. 28, 2020, Prime Minister Shinzo Abe has expressed his intention to step down, citing his health. (AP Photo/Eugene Hoshiko, Pool, File)
Spread the love

ଟୋକିଓ
ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଇସ୍ତଫା ଦେବାକୁ ଯାଉଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେବେ ବୋଲି ସେ କହିଛନ୍ତି । ସେ ସବୁଠାରୁ ଅଧିକ ସମୟ ଯାଏଁ ଜାପାନର ପ୍ରଧାନମନ୍ତ୍ରୀ ରହିଛନ୍ତି । ବିଶ୍ୱର ତୃତୀୟ ବଡ ଅର୍ଥ ବ୍ୟବସ୍ଥାର ମୁଖ୍ୟ ଭାବେ ସେ ନିଜ କାର୍ଯ୍ୟକାଳ ସମାପ୍ତ କରିବେ । ସେ ନିଜ ସମୟରେ ଅର୍ଥନୀତିକୁ ଗତି ଦେବା ଲାଗି ଏବଂ ପ୍ରତିରକ୍ଷା ବ୍ୟବସ୍ତା ମଜବୁତ କରିବାକୁ ପ୍ରୟାସ କରିଥିଲେ । ଆବେ ଏକ ସାମ୍ବାଦିକ ସମ୍ମିିଳନୀରେ କହିଥିଲେ ଯେ ମୁଁ ଯଦି ଲୋକମାନଙ୍କ ଲାଗି ଭଲ ନିଷ୍ପତ୍ତି ନେଇପାରିବି ନାହିଁ ତେବେ ମୁଁ ପ୍ରଧାନମନ୍ତ୍ରୀ ହୋଇପାରିବି ନାହିଁ । ମୁଁ ନିଜ ପଦବୀରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ ଯେ ଆବେ କିଛି ବର୍ଷ ହେଲା ଅସୁସ୍ଥ ଅଛନ୍ତି ଏବଂ ସେ କିଛି ଦିନ ତଳେ ସପ୍ତାହରେ ଦୁଇ ଥର ହସ୍ପିଟାଲକୁ ଯାଇଥିଲେ । ସେ ସେଠାରେ ୭ ଘଣ୍ଟା ରହିଥିଲେ । ସେ ସୋମବାର ଜାପାନର ଦୀର୍ଘତମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ୮ ବର୍ଷ ପୂରଣ କରିଥିଲେ । ୨୦୨୧ ସେପ୍ଟେମ୍ବରରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

LEAVE A REPLY

Please enter your comment!
Please enter your name here