Spread the love

ଭୁବନେଶ୍ବର : ଆଜି ବରିଷ୍ଠ ଯାତ୍ରା କଳାକାର ତଥା ଖଳନାୟକ ମହେନ୍ଦ୍ର ଦାସଙ୍କ ଦେହାନ୍ତ ଘଟିଛି । ଭିକୁ ସେଠ ନାଁରେ ଘରେ ଘରେ ପରିଚିତ ଥିଲେ ମହେନ୍ଦ୍ର ଦାସ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କଟକ ନେବା ବାଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ‘ଶାଗୁଣା ବସିଛି ଡେଣା ମେଲାଇ ଲୋକ’ ପ୍ରିୟ ଯାତ୍ରାରେ ତାଙ୍କ ନିଖୁଣ ଅଭିନୟ ଯୋଗୁ ସେ ଘରେ ଘରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here