Spread the love

ଜାମ୍ମୁ
ଜାମ୍ମୁକାଶ୍ମୀରର ରାଜୌରୀ ସେକ୍ଟରକୁ ଲାଗିଥିବା ଏଲଓସିରେ ପାକିସ୍ତାନ ସେନା ବୁଧବାର ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରିଛି । ଏଥିରେ ଭାରତୀୟ ସେନାର ଜୁନିୟର କମିଶନଡ ଅ୍ରଫିସର(ଜେସିଓ) ଶହୀଦ ହୋଇଛନ୍ତି । ପ୍ରତିରକ୍ଷା ସୂତ୍ରରୁ ଏହି ସୂଚନା ମିଳିଛି । ପାକ ସେନା ଅସ୍ତ୍ରବିରତୀ ଉଲ୍ଲ୍‌ଙ୍ଘନ କରି କେରିର ଫରଓ୍‌ବାଡ ପୋଷ୍ଟ ଉପରେ ଅତର୍କିତ ଗୁଳିଗୋଳା ବର୍ଷଣ କରିଥିଲା । ଏଥିରେ ଜେସିଓ ଗୁରୁତର ଆହତ ହୋଇଥିଲେ ଏବଂ ପରେ ସେ ପ୍ରାଣ ତ୍ୟାଗ କରିଥିଲେ । ତେବେ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସେନାର ଅନେକ କ୍ଷୟ କ୍ଷତି ହୋଇଥିବା କୁହାଯାଉଛି । ସଠିକ ସୂଚନାକୁ ଅପେକ୍ଷା କରାଯାଇଛି । ଗତ ଚାରି ଦିନ ମଧ୍ୟରେ ପାକିସ୍ତାନ ଦ୍ୱିତୀୟ ଥର ପାଇଁ ଏପରି କରିିଛିି ।

LEAVE A REPLY

Please enter your comment!
Please enter your name here