Spread the love

ନୂଆଦିଲ୍ଲୀ : ଜେଇ ଓ ନିଟ ପରୀକ୍ଷା ତାରିଖକୁ ନେଇ ପୁନଃବିଚାର ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଣୀ କରିଛନ୍ତି । ପରୀକ୍ଷା ତାରିଖ ଘୁଞ୍ଚାଇବା ମାମଲାକୁ ମାନ୍ୟବର ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।ନିର୍ଦ୍ଧାରିତ ସମୟରେ ଜେଇ ଓ ନିଟ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନା ଅନୁଯାୟୀ ,ଦେଶର ୬ଟି ରାଜ୍ୟ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ଏହି ଅପିଲ୍‌ କରିଥିଲେ । ଏହି ରାଜ୍ୟମାନଙ୍କ ମଧ୍ୟରେ ପଞ୍ଜାବ, ଝାରଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ ଓ ମହାରାଷ୍ଟ୍ର ରହିଛନ୍ତି ।ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ କୃଷ୍ଣ ମୁରାରୀଙ୍କ ତିନିଜଣିଆ ଖଣ୍ଡପୀଠରେ ଶୁଣାଣୀ ହୋଇ ଏହି ମାମଲାକୁ ଖାରଜ କରାଯାଇଛି ।

LEAVE A REPLY

Please enter your comment!
Please enter your name here