Spread the love

ନୂଆଦିଲ୍ଲୀ
ଆଜିଠାରୁ ସାରା ଦେଶରେ ମିଳିତ ପ୍ରବେଶିକା ପରୀକ୍ଷା ଜେଇଇ ମେନ ଆରମ୍ଭ ହେବାକୁ ଯାଉଛି । ୮.୫୮ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ଏହା ୧ ରୁ ୧୩ ସେପ୍ଟେମ୍ବର ପର୍ୟ୍ୟନ୍ତ ଚାଲିବ । ଏହି ଦୁଇଟି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ଓ ସୁସ୍ଥତାକୁ ଗୁରୁତ୍ୱ ଦିଆଯାଇ ମନ୍ତ୍ରାଳୟ ଅନେକ ପଦକ୍ଷେପ ଗ୍ରହଣ କରିଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ୍ ନିଶଙ୍କ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ପ୍ରତିଭାବାନ ପିଲାମାନଙ୍କ ଜୀବନରେ ଶୂନ୍ୟ ଶିକ୍ଷାବର୍ଷ ଦେଖିବାକୁ ଚାହୁଁ ନାହାଁନ୍ତି । ଜୀବନରେ ଅନେକ ଅସୁବିଧା ଆସେ କିନ୍ତୁ ଜୀବନକୁ ଆଗକୁ ବଢିବା ପାଇଁ ପଡିବ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବାକୁ ଆମେ ବହୁତ ସଚେତନ।
ସୂଚନାଯୋଗ୍ୟ ଯେ ଜେଇଇ ମେନ ଏବଂ ନିଟ ପୂର୍ବରୁ ଏପ୍ରିଲ୍-ମେ ମାସରେ ହେବା ନେଇ ତାରିଖ ଧାର୍ୟ୍ୟ କରାଯାଇଥିଲାା ତେବେ ମହାମାରୀ କରୋନାକୁ ଦୃଷ୍ଟିରେ ରଖ୍ ଏହାକୁ ସ୍ଥଗିତ ରଖାଯାଇଥିଲା ଏବଂ ବର୍ତ୍ତମାନ ସେପ୍ଟେମ୍ବରରେ ଅନୁଷ୍ଠିତ ହେଉଛି । ନିଶଙ୍କ କହିଛନ୍ତି ଯେ ସେ ଗତ କିଛି ଦିନ ହେବ ଦେଶର ବିଭିନ୍ନ ସ୍ଥାନରୁ ଅଭିଭାବକ, ଏକାଡେମିକ୍, ଛାତ୍ରଙ୍କ ଅସଂଖ୍ୟ ମେଲ ଗ୍ରହଣ କରୁଛନ୍ତି, ଯେଉଁଥିରେ ଅଭିଭାବକ ଏବଂ ଛାତ୍ରମାନେ ପରୀକ୍ଷା ଦେବାକୁ ଚାହୁଁଛନ୍ତି ବୋଲି ଅନୁରୋଧ କରିଛନ୍ତ । ସେମାନେ ପୂର୍ବ ବର୍ଷ ଠାରୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ କୌଣସି ପରିସ୍ଥିତିର ଶୂନ୍ୟ ଶିକ୍ଷା ବର୍ଷ ଚାହୁଁନାହାଁନ୍ତି ।

LEAVE A REPLY

Please enter your comment!
Please enter your name here