Spread the love

ନୂଆଦିଲ୍ଲୀ: ଗତକାଲି ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହି ଖବର କ୍ରିକେଟ୍ ପ୍ରମୀଙ୍କୁ ଏକ ଶକ୍ତ ଧକ୍କା ଦେଇଛି । ପୂର୍ବରୁ କୌଣସି ସୂଚନା ନଦେଇ ଏଭଳି ହଠାତ ନିଷ୍ପତି ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜ ସହର ରାଞ୍ଚିରେ ନିଜ ଫ୍ୟାନ ମାନଙ୍କ ସମ୍ମୁଖରେ ଏକ ଫ୍ୟାରୱେଲ ମ୍ୟାଚ ଦେବାକୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିସିସିଆଇକୁ ଟ୍ୱିଟ କରି ଅନୁରୋଧ କରିଛନ୍ତି । ଏହାଦ୍ବାରା ସମଗ୍ର ବିଶ୍ବ ଏହି ମ୍ୟାଚ୍ ର ସାକ୍ଷୀ ରହିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here