Spread the love

ମୁମ୍ବାଇ
ୟେ ରିସ୍ତା ହେ ପ୍ୟାର କା ଅଭିନେତା ସମୀର ଶର୍ମା(୪୪)ନିଜ ମାଲଦା ସ୍ଥିତ ବାସଭବନରେ ଗୁରୁବାର ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ପଶ୍ଚିମ ମାଲଦାରେ ଥିବା ନିଜ ଆପାର୍ଟମେଣ୍ଟର ରୋଷେଇ ଘର ସିଲିଂରେ ଗୁରୁବାର ବିଳମ୍ବିତ ରାତିରେ ଫାସି ଲଗାଇ ସମୀୀର ଆତ୍ମହତ୍ୟା କରିଛନ୍ତି । ପୋଲିସ ଅନୁଯାୟୀ ଏହି ମାମଲାରେ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ ରୁଜୁ କରାଯାଇ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ଅନ୍ୟ ଏକ ରିପୋର୍ଟରୁ ଜଣା ପଡିିଛି ଯେ ସେ ନିକଟରେ ମୁମ୍ବାଇର ମାଲଦା ଆପାର୍ଟମେଣ୍ଟକୁ ଭଡାରେ ନେଇଥିଲେ ଏବଂ ୱାଚମାନ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ତାଙ୍କ ମୃତଦେହ ସ୍ଥିତିକୁ ଦେଖି ସେ ଦୁଇ ଦିନ ତଳେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମାଲଦା ଥାନାର ବରିଷ୍ଠ ଇନ୍ସପେକ୍ଟର ଜର୍ଜ ଫର୍ଣାଣ୍ଡିଜ କହିଛନ୍ତି ଯେ ଘଟଣାସ୍ଥଳରୁ ଆମେ କୌଣସି ସୁଇସାଇଡ ନୋଟ ପାଇନାହୁଁ । ଏହା ଆତ୍ମହତ୍ୟା ଭଳି ଲାଗୁଛି । ସେ ଦୁୁଇ ଦିନ ତଳେ ଫାଶୀ ଦେଇଥିବେ ସନ୍ଦେହ କରାଯାଉଛି ।
ସମୀର ଏବେ ୟେ ରିସ୍ତା ହେ ପ୍ୟାର କା ସିରିଏଲରେ କୁହୁଙ୍କ ପିତା ଭୂମିକାରେ ଅଭିନୟ କରୁଥିଲେ । ଦୁର୍ଘଟଣାବଶତଃ ସେ ଜୁଲାଇ ୨୨ରେ ଅବସାଦକୁ ନେଇ ନିଜ ସୋସିଆଲ ମିଡିଆ ସାଇଟରେ ଏକ ନୋଟ ସେୟାର କରିଥିଲେ । ସେ ଏଥିରେ ଅବସାଦ ଦେଇ ଗତି କରୁଥିବା ଲୋକଙ୍କ ସ୍ଥିତି ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଲଢେଇ ବିଷୟରେ ଉଲ୍ଲେଖ କରିଥିଲେ । ସମୀର ଟିଭି ସିରିୟଲ କହାନୀ ଘର ଘର କି ଏବଂ କ୍ୟୁକି ସାସ ଭି କଭି ବୋହୂ ଥିରେ ଅଭିନୟ କରିଥିଲେ ।

LEAVE A REPLY

Please enter your comment!
Please enter your name here