Spread the love

ସିିକାଗୋ: ଆମେରିକାରେ ଉପରାଷ୍ଟ୍ରପତି ଭାବେ କମଲା ହ୍ୟାରିସ୍‌ଙ୍କୁ ଚୟନ କରାଯାଇଛି । ଆମେରିକା ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଭାରତୀୟ ବଂଶୋଦ୍ଭବର ହ୍ୟାରିସ୍‌ଙ୍କୁ ଏହି ପଦବୀ ନିମନ୍ତେ ଚୟନ କରିଛନ୍ତି । ହ୍ୟାରିସ ଜଣେ ଅଶ୍ୱେତ ଓ ଭାରତୀୟ ଆମେରିକୀୟ ମହିଳା ଅଟନ୍ତି । ବିଡେନଙ୍କ ଏହି ଘୋଷଣା ପରେ ଉଭୟ ରାଜନୀତି ଓ ସାମାଜିକ ମହଲରେ ଖୁସିର ଲହରି ଖେଳି ଯାଇଛି । ଏ ନେଇ ତାଙ୍କୁ ଜୋରଦାର ସମର୍ଥନ ମଧ୍ୟ ମିଳୁଛି । ଏହି ନିଷ୍ପତ୍ତିକୁ ନେଇ ଅନେକ ରାଜନୈତିକ ବ୍ୟକ୍ତି ମଧ୍ୟ ସୋସିଆଲ ମିଡିଆରେ ନିଜର ଖୁସି ଜାହିର କରିଛନ୍ତି ।

LEAVE A REPLY

Please enter your comment!
Please enter your name here