Spread the love

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ ସଂପର୍କରେ କିଛି ନୂଆ ତଥ୍ୟ ଆସିପାରୁ ନାହିଁ , ହେଲେ ତାଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ବିବାଦ ଏବେ ମହାଭାରତର ରୂପ ନେବାକୁ ବସିଛି । ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବୟାନବାଜି ଯୋଗୁଁ ମୁମ୍ବାଇ ମହାନଗର ପାଳିକା ପକ୍ଷରୁ ଆଜି ତାଙ୍କ ଘରର କିଛି ଅଂଶକୁ ଭଙ୍ଗା ଯାଇଛି । ସକାଳୁ ଏ ଘଟଣା ସମଗ୍ର ଟେଲିଭିଜନ ଚ୍ୟାନେଲ ସିଧା ପ୍ରସାରଣ କରିବା ପରେ କଙ୍ଗନା ରାନାୱତ ମୁମ୍ବାଇରେ ଅପରାହ୍ନରେ ପହଞ୍ଚିଥିଲେ । ତେବେ ସେ ବିମାନ ବନ୍ଦରରେ ପହଞ୍ôଚବା ପରେ ସେଠାରେ ଶିବସେନା କର୍ମୀମାନେ ତାଙ୍କୁ ବିରୋଧ କରିବା ଆରମ୍ଭ କରିଦେଇଥିଲେ । ଦଳୀୟ କର୍ମୀମାନେ ବିମାନ ବନ୍ଦର ବାହାରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ କଙ୍ଗନାଙ୍କୁ ହାଇ ସିକ୍ୟୁରିଟି ମାଧ୍ୟମରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଖାର ସ୍ଥିତ ତାଙ୍କ ଘରକୁ ନେଇଥିଲେ । ତେବେ କଙ୍ଗନାଙ୍କ ବାସଗୃହରେ ଅଫିସ କାର୍ଯ୍ୟାଳୟ ଚଲାଯିବା ବେଆଇନ ଓ ସେଥିଲାଗି ଆଜି ବୁଲଡେ଼ାଜର ଚଳାଯାଇଥିବା ବି.ଏମ୍‌.ସି. ପକ୍ଷରୁ କୁହାଯାଇଛି । ଏନ୍‌.ସି.ପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ, ଅବୈଧ ନିର୍ମାଣ ମୁମ୍ବାଇରେ କିଛି ନୂଆ କଥା ନୁହେଁ । ତେବେ ଏବେ ଯେଉଁ ବିବାଦୀୟ ସ୍ଥିତି ରହିଛି ସେ ସମୟରେ କଙ୍ଗନାଙ୍କ ଘର ଭଙ୍ଗାଗଲେ ପ୍ରଶ୍ନ ଆପେ ଆପେ ଉଠିବ ବୋଲି ଶ୍ର୍ରୀ ପାୱାର କହିଛନ୍ତି । ଅନ୍ୟପକ୍ଷରେ କଙ୍ଗନା ମୁମ୍ବାଇରେ ପହଞ୍ଚିବା ପରେ ଅପ୍ରିତିକର ପରିସ୍ଥିତିର ଆଶଙ୍କା କରି ମ ୁମ୍ବାଇ ପୋଲିସ ପକ୍ଷରୁ କଡ଼ା ସୁରକ୍ଷାର ମଧ୍ୟ ଆୟୋଜନ କରାଯାଇଛି ।

LEAVE A REPLY

Please enter your comment!
Please enter your name here