Spread the love

ମୁମ୍ବାଇ : ମହାରାଷ୍ଟ୍ର ବିବାଦକୁ ନେଇ ଅଭିନେତ୍ରୀ କଙ୍ଗନା ରାଣାୱତ ଦେଇଥିବା ମନ୍ତବ୍ୟରେ ଜୟା ବଚ୍ଚନ ନିଜର ରାୟ ରଖିଥିଲେ । ତେବେ ଏହି ବିବାଦରେ ଏବେ ପୁରା ବଲିଉଡ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି ।ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଜୟା ବଚ୍ଚନଙ୍କ ବୟାନକୁ ସମର୍ଥନ କରି କଙ୍ଗନାଙ୍କୁ ଟାର୍ଗେଟ୍ କରିଥିଲେ ।ତେବେ ଏହାପରେ କଙ୍ଗନା ଏକ ଇଣ୍ଟରଭ୍ୟୁରେ ଉର୍ମିଳାଙ୍କୁ ‘ସଫ୍ଟ ପର୍ଣ୍ଣ ଷ୍ଟାର’ କହିଥିଲେ । ଏହାସହ କଙ୍ଗନା କହିଛନ୍ତି , ଶୁଣିବାକୁ ନିଶ୍ଚୟ ଅଡୁଆ ଲାଗୁଥିବା କିନ୍ତୁ ସେ ନିଜ ଅଭିନୟ ପାଇଁ ପରିଚିତ ନୁହେଁ । ସେ ସଫ୍ଟ ପର୍ଣ୍ଣ ପାଇଁ ହିଁ ଜଣାଶୁଣା ଯଦି ତାଙ୍କୁ ଟିକେଟ୍ ମିଳୁଛି ତାହେଲେ ମୋତେ କାହିଁକି ମିଳି ପାରିବନି ? କାହାକୁ ବି ଟିକେଟ ମିଳିପାରିବ ।ଉର୍ମିଳାଙ୍କର ଏକ ଆପତ୍ତିଜନକ ଇଣ୍ଟରଭ୍ୟୁ ଦେଖିଥିଲି, ସେ ଯେଉଁଭଳି ଭାବେ ମୋ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ ତାହା ନିଶ୍ଚୟ ଖରାପ ଓ ରାଗିବା ଯୋଗ୍ୟ । ଉର୍ମିଳା ତାଙ୍କ ସଂଘର୍ଷକୁ ପରିହାସ କରିଥିଲେ ବୋଲି କଙ୍ଗନା କହିଛନ୍ତି । ସେ ବିଜେପି ଟିକେଟ୍ ଚାହୁଁଛନ୍ତି ବୋଲି ଉର୍ମିଳା ତାଙ୍କୁ ଟାର୍ଗେଟ୍ କରିଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here