Spread the love

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ସହ ସାକ୍ଷାତକାର କରିଛନ୍ତି । ସଂପୂର୍ଣ୍ଣ ସିକ୍ୟୁରିଟି ସହ କଙ୍ଗନା ରାଜଭବନ ଯାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ବିଏମସି ଦ୍ବାରା ତାଙ୍କ ଅଫିସ ଭଙ୍ଗାରୁଜା ମାମଲାରେ ସେ ଆଲୋଚନା କରିଥିଲେ ।ତାଙ୍କ ସହ ଯେଉଁ ଅନ୍ୟାୟ ହୋଇଛି ସେସବୁ ସେ ରାଜ୍ୟପାଳଙ୍କ ସାମ୍ନାରେ ରଖିଥିବା କହିଛନ୍ତି। ତେବେ ଏନେଇ ତାଙ୍କୁ ନ୍ୟାୟ ମିଳିବା ନେଇ ସେ ଆଶାବାଦୀ ଅଛନ୍ତି। ସେ କହିଛନ୍ତି ଅଫିସ ଭଙ୍ଗାଯିବା ପରେ ତାଙ୍କ ବିରୋଧରେ କ୍ରମାଗତ ଅଜବ ପ୍ରକାର ବୟାନ ଦିଆଯାଉଛି। ରାଜ୍ୟପାଳଙ୍କୁ ଭେଟିବା ପରେ ତାଙ୍କୁ ନ୍ୟାୟ ମିଳିବା ଦିଗରେ ସେ ପୂରା ଆଶାବାଦୀ ଅଛନ୍ତି।

LEAVE A REPLY

Please enter your comment!
Please enter your name here