Spread the love

ଶିମଲା: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ମା ଆଶା ରନାୱତ ଆଜି ବିଜେପି ପ୍ରତି ତାଙ୍କର ସମର୍ଥନ ଜଣାଇଛନ୍ତି।କଙ୍ଗନାଙ୍କ ପ୍ରତି ଦେଖାଇଥିବା ସହାୟତା ଓ ସମର୍ଥନ ଯୋଗୁ ସେ ଭାବବିହ୍ବଳ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।ଏନେଇ ତାଙ୍କ ମା କହିଛନ୍ତି , ଆମ ପରିବାର କଂଗ୍ରେସ ବିଚାରଧାରାରେ ରହିଆସିଛି । କିନ୍ତୁ ହେଲେ ମହାରାଷ୍ଟ୍ରରେ କଙ୍ଗନାଙ୍କ ସହ ହୋଇଥିବା ଘଟଣାରେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଓ ମହାରାଷ୍ଟ୍ର ବିଜେପିର ସମର୍ଥନ ଯୋଗୁ ସେ ବିଜେପିକୁ ସମର୍ଥନ ଜଣାଇଛନ୍ତି।ତାଙ୍କ ଝିଅର ସୁରକ୍ଷା ଲାଗି ବିଜେପିର ସହଯୋଗକୁ ପରିବାର କେବେ ଭୁଲିପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here