Spread the love

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ସଞ୍ଜନା ଗଲରାନୀଙ୍କୁ ବେଙ୍ଗାଲୁରୁ ପୋଲିସ ବେଆଇନ ଡ୍ରଗ୍ସ କାରବାରରେ ଗିରଫ କରିଥିଲା । ଆଜି ସେ ସଂପୃକ୍ତ ମାମଲାରେ ଡୋପ୍ ପରୀକ୍ଷା ଦେବାକୁ ମନା କରି ଦେଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ଉକ୍ତ ଭିଡିଓଟି ହସ୍ପିଟାଲରେ ରେକର୍ଡ ହୋଇଛି । ଏହି ଭିଡିଓରେ ସେ ଡୋପ୍ ପରୀକ୍ଷା ଦେବାକୁ ମନା କରିଥିବା ବେଳେ ମେଡିକାଲ ଅଧିକାରୀଙ୍କ ସହ ଯୁକ୍ତି କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି , ଡୋପ୍ ପରୀକ୍ଷା ଦେବାକୁ ମନା କରିବା ତାଙ୍କ ମୌଳିକ ଅଧିକାର । ଏଥିପାଇଁ ତାଙ୍କୁ କେହି ବାଧ୍ୟ କରିପାରିବେ ନାହିଁ । ମୁଁ କୌଣସି ଭୁଲ କରିନାହିଁ । ମୋର ପୋଲିସ ଉପରେ ଭରସା ନାହିଁ । ପ୍ରଥମେ ସେମାନେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସେମାନେ ମୋତେ ସୁରକ୍ଷା ଦେବେ, ବର୍ତ୍ତମାନ ସେମାନେ ମୋତେ ଏହି ପରୀକ୍ଷା ଦେବାକୁ କହୁଛନ୍ତି। ମୁଁ କିଭଳି ସେମାନଙ୍କୁ ଭରସା କରିବି । ମୋ ଓକିଲ ମତେ ଏଭଳି ସବୁ ପରିକ୍ଷା ଦେବାପାଇଁ ମନା କରିଛନ୍ତି । ଏହା ମୋର ମୌଳିକ ଅଧିକାର କି ଏଭଳି ସବୁ ପରିକ୍ଷା ଦେବାପାଇଁ ମୁଁ ମନା କରିପାରିବି । ଏହି କେସରେ ମୋର କୌଣସି ଭୂମିକା ନାହିଁ । ଅଯଥାରେ ମୋତେ ଏହି କେସ ସହ ଜଡିତ କରାଯାଉଛି । ମୋ ବିରୁଦ୍ଧରେ କୌଣସି ପ୍ରମାଣ ନାହିଁ କି ମୁଁ କୌଣସି ଭୁଲ କରିନାହିଁ ।

LEAVE A REPLY

Please enter your comment!
Please enter your name here