Spread the love

ବେଙ୍ଗାଲୁରୁ
କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଆଇନ ଭାବେ ଡ୍ରଗ୍ସ ବ୍ୟବହାର ହେଉଥିବାର ôଅଭିଯୋଗ ହୋଇଛି । ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି)ଟିମ ଏହି ମାମଲାର ତଦନ୍ତ କରୁଛି । ଏବେ ସେ ଅଭିନେତ୍ରୀ ସଞ୍ଜନା ଗଲରାଣୀଙ୍କୁ ଗିରଫ କରିଛ । ପୋଲିସ ସୂତ୍ରରୁ ଏହି ସୂଚନା ମିଳିଛି । ସହରରେ ହେଉଥିବା ବଡ ବଡ ପାର୍ଟିକୁ ଡ୍ରଗ୍ସ ଯୋଗାଣ କରୁଥିବାକୁ ନେଇ ସଞ୍ଜନାଙ୍କୁ ସିସିବି ଗିରଫ କରିଛି । ଆଜି ସକାଳେ ଇନ୍ଦ୍ରନଗରରେ ଥିବା ଅଭିନେତ୍ରୀଙ୍କ ଘରେ ସିସିବି ଚଢଉ କରିଥିଲା । ପରେ ତାଙ୍କୁ ସେଠାରୁ ଗିରଫ କରାଯାଇଥିଲା । ଏବେ ଅଭିନେତ୍ରୀଙ୍କୁ ପଚରାଉଚୁରା ପାଇଁ ସିସିବି ଅଫିସକୁ ନିଆଯାଇଛି । ବେଙ୍ଗାଲୁରୁର ଜଏଣ୍ଟ କମିଶନର ସନ୍ଦୀପ ପାଟିଲ କହିଛନ୍ତି ଯେ କୋର୍ଟରୁ ସର୍ଚ୍ଚ ୱାରଣ୍ଟ ମିଳିବା ପରେ ସଞ୍ଜନାଙ୍କ ଘରେ ଚଢଉ କରଯାଇଥିଲା । ଡ୍ରଗ୍ସ ମାମଲାରେ ତାଙ୍କ ସାଙ୍ଗ ରାହୁଲ ଗିରଫ ହେବା ଦିନ ଠାରୁ ସଞ୍ଜନା ସିସିବି ରାଡାରରେ ଥିଲେ । ସେ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୬ରେ ତାମିଲ ଚଳଚ୍ଚିତ୍ର ଓରୁ କଢାଲ ସିଭିରରେ କ୍ୟାରିୟର ଆରମ୍ଭ କରିଥିଲେ । ସେ କନ୍ନଡ ମୁଭି ଗଣ୍ଡା ହେଣ୍ଡାଥିରେ ଅଭିନୟ ମଧ୍ୟ କରିଛନ୍ତି । ଅପରପକ୍ଷେ ଡ୍ରଗ୍ସ ମାମଲରେ ଗିରଫ ହୋଇଥିବା ବୀରେନ ଖାନ୍ନାଙ୍କ ଘରେ ମଧ୍ୟ ସିସିବି ଚଢଉ କରିଥିଲ । କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ କରାବାର ନେଇ ଏ ପର୍ଯ୍ୟନ୍ତ ୧୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବାବେଳେ ୬ ଜଣଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here