Spread the love

ତିରୁନନ୍ତପୁରମ: କେରଳର ଇଡୁକି ଜିଲ୍ଲାରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ପାଇଁ ଇଡୁକି ଜିଲ୍ଲାର ରାଜାମାଲା ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ଯୋଗୁ ୧୩ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ବାୟୁସେନା ସାହାଯ୍ୟ ଲୋଡ଼ିଛନ୍ତି । ଏ ନେଇ ଶୁକ୍ରବାର ସେ ଏକ ଟ୍ୱିଟ କରିଛନ୍ତି । ସେପଟେ ଉଦ୍ଧାରକାରୀ କର୍ମଚାରୀଙ୍କ ଅନୁଯାୟୀ, ଏକ ୪ ମହଲା ଘର ଏବଂ ଏକ ଚର୍ଚ୍ଚ କାଦୁଅ ତଳେ ପୋତି ହୋଇଯାଇଛି ଏବଂ ପ୍ରାୟ ୮୦ ଲୋକ ଭିତରେ ଫସି ରହିଛନ୍ତି । ବର୍ତ୍ତମାନ ୧୩ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ବର୍ଷା, କାଦୁଅ ଯୋଗୁ ଉଦ୍ଧାରକାର୍ଯ୍ୟରେ ଅସୁବିଧା ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ୨ ଲକ୍ଷ ଓ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here