Spread the love

କୋଣାର୍କ
ଦୀର୍ଘ ଦିନ ପରେ ପର୍ୟ୍ୟଟକଙ୍କ ପାଇଁ ଖୋଲିଲା ଆଜି ଖୋଲିଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ୟ୍ୟ ମନ୍ଦିର । ଏଏସଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ମାର୍ଚ୍ଚ ୧୬ ତାରିଖରୁ ପ୍ରତ୍ନତତ୍ତ୍ୱ ବିଭାଗ ସୂର୍ୟ୍ୟ ମନ୍ଦିରକୁ ବନ୍ଦ କରି ଦେଇଥିଲା । ତେବେ ଆଜି ସକାଳ ୬ଟାରୁ ସୂର୍ୟ୍ୟ ମନ୍ଦିର ଗେଟ୍ ଖୋଲାଯାଇଛି । ଏବେ ଦିନକୁ ୨୫୦୦ ପର୍ୟ୍ୟଟକ କୋଣାର୍କ ମନ୍ଦିର ପରିଦର୍ଶନ କରିବେ ବୋଲି ଅନୁମତି ମିଳିଛି । ତେବେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ୱ ପାଳନ କରିବା ଉପରେ ଗୁରୁତ୍ବ ଦିଆଯିବ । ଏହାକୁ ପାଳନ କରିବା ନେଇ ବିଶେଷ ଧ୍ୟାନ ଦିଆଯିବ ।

LEAVE A REPLY

Please enter your comment!
Please enter your name here