Spread the love

ନୂଆଦିଲ୍ଲୀ
ଚୀନ ଅଭିଯୋଗକୁ ଭାରତୀୟ ସେନା ଖାରଜ କରିଦେଇଛି । ସେନା ପକ୍ଷରୁ କୁହାଯାଇଛି ଯେ ଆମ ସୈନିକଙ୍କୁ ଡରାଇବା ଲାଗି ସୋମବାର ସନ୍ଧ୍ୟାରେ ପୂର୍ବ ଲଦାଖର ଏକ ଫରୱାଡ ପୋଷ୍ଟରେ ଚୀନ ସେନା ଫାଙ୍କା ଗୁଳିଚାଳନା କରିଥିଲା । କୌଣସି ପରିସ୍ଥିତିରେ ଭାରତୀୟ ସେନା ଏଲଏସି ଅତିକ୍ରମ କରିନାହିଁ କିମ୍ବା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଗୁଳିଚାଳନା କରିନାହିଁ । ମିଲିଟାରୀ, କୂଟନୈତିକ ଏବଂ ରାଜନୈତିକ ସ୍ତରରେ ବିବାଦର ସମାଧାନ ଲାଗି ଆଲୋଚନା ଜାରି ରହିଥିବାବେଳେ ଚୀନ ସେନା ବାରମ୍ବାର ଜାଣିଶୁଣି ଚୁକ୍ତି ଉଲ୍ଲଙ୍ଘନ କରୁଛି ଏବଂ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି । ସୂଚନାଯୋଗ୍ୟ ଯେ ୩୪୮୮ କିମି ଦୈର୍ଘ୍ୟର ଏଲଏସିରେ ବିପୁଳ ଅସ୍ତ୍ରଶସ୍ତ୍ରର ବ୍ୟବହାର ଏଠାରେ ଦେଖା ଯାଇଥିବା ଗୁରୁତର ସମସ୍ୟାକୁ ଚିହ୍ନଟ କରୁଛି । ଏଠାରେ ଗତ ୪୫ ବର୍ଷ ହେଲା ଉଭୟ ପକ୍ଷରୁ କୌଣସି ଗୁଳିଗୋଳା ଫୁଟି ନଥିଲା ।

LEAVE A REPLY

Please enter your comment!
Please enter your name here