Spread the love

ଭୁବନେଶ୍ୱର: ଆସନ୍ତା ମାସ ସେପ୍ଟେମ୍ବର ୨୯ ତାରିଖରୁ ମୌସୁମୀ ବିଧାନସଭା ଅଧିବେଶନ ଆରମ୍ଭ ହେବ ।ଅଧିବେଶନ ନେଇ ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅଧିବେଶନ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ଚାଳିବ । ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି ।ତେବେ ଅକ୍ଟୋବର ୪ତାରିଖ ରବିବାର ବି ଅଧିବେଶନ ଚାଳୁ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । କେବଳ ୨ ତାରିଖ ଗାନ୍ଧି ଜୟନ୍ତୀ ଦିନ ଅଧିବେଶନ ଛୁଟି ରହିବ ।

LEAVE A REPLY

Please enter your comment!
Please enter your name here