Spread the love

ନୂଆଦିଲ୍ଲୀ: ଏଣିକି ଦେଶକୁ ଆଉ ମନଇଛା ଟେଲିଭିଜନ ସେଟ ଆମଦାନୀ କରି ହେବ ନାହିଁ । ଏଥିପାଇଁ ଲାଇସେନ୍ସ ଆବଶ୍ୟକ ହେବ । ଚୀନ ସହ ସୀମା ବିବାଦ ଓ ଘରୋଇ ଊତ୍ପାଦନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଟେଲିଭିଜନ ସେଟକୁ ‘ନିୟନ୍ତ୍ରିତ’ ତାଲିକାରେ ରଖିଥିବାରୁ ଚୀନ, ଭିଏତନାମ, ମାଲେସିଆ ଓ ଅନ୍ୟ ରାଷ୍ଟ୍ରରୁ ଆସୁଥିବା ୭ ହଜାର କୋଟି ଟଙ୍କା ମୂଲ୍ୟର ଟେଲିଭିଜନ ସେଟ କାରବାର ବାଧାପ୍ରାପ୍ତ ହେବ । ଏହାଦ୍ୱାରା ବିଦେଶରୁ ଯନ୍ତ୍ରାଂଶ ଆଣି ଦେଶ ମଧ୍ୟରେ ଟିଭି ସେଟ ନିର୍ମାଣ କରୁଥିବା କ୍ଷୁଦ୍ର ଘରୋଇ ଶିଳ୍ପଦ୍ୟୋଗୀ ମାନେ ଲାଭବାନ ହେବେ । ଚୀନର ଟିସିଏଲ. ଜାଓମି, ସାମସଙ୍ଗ, ଏଲଜି ପରି ବ୍ରାଣ୍ଡ ମାନେ ମଧ୍ୟ କ୍ଷତିଗ୍ରସ୍ତ ହେବେ। ତେବେ ଭାରତୀୟ ଶିଳ୍ପ ମହଲ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି । ଡାଇରେକ୍ଟୋରେଟ ଅଫ ଫରେନ ଟ୍ରେଡ଼ ଏହି ଲାଇସେନ୍ସ ପ୍ରଦାନ କରିବ ।

LEAVE A REPLY

Please enter your comment!
Please enter your name here