Spread the love

ଆନନ୍ଦପୁର
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଅଲଗା ଅଲଗା ସ୍ଥାନରେ ବଜ୍ରପାତ ଘଟି ୩ ଜଣ ଚାଷୀ ମୃତ୍ୟୁବରଣ କରିଛନ୍ତି । ବଜ୍ରପାତ ସମୟରେ ଏମାନେ ବିଲରେ କାମ କରୁଥିଲେ ବୋଲିି ସୂଚନା ମିଳିଛି । ନନ୍ଦିପଦା ଥାନା ଅନ୍ତର୍ଗତ ଇଞ୍ଚୋଳ ଗ୍ରାମର ଗଣେଶ ଜେନା, ବାହାରିପୁର ଗ୍ରାମର ବହ୍ଲଭ ଜେନା, ଗଡବାନ୍ଦୋଗଡା ସାପୁଆସାହିର ପୂର୍ଣଚନ୍ଦ୍ର ମୁଣ୍ଡା ଏଥିରେ ପ୍ରାଣ ହରାଇଛନ୍ତି । ଏମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here