Spread the love

ଭୁବନେଶ୍ୱର
ଆସନ୍ତା କାଲି ମଙ୍ଗଳବାର ଠାରୁ କାଉଣ୍ଟରରେ ମଦ ବିକ୍ରି ହେବ । ଗ୍ରାହକ ସକାଳ ୭ରୁ ସନ୍ଧ୍ୟା ୬ଟା ଭିତରରେ ମଦ କିଣିପାରିବେ । ସନ୍ଧ୍ୟାରେ ଭିଡକୁ ନିୟନ୍ତ୍ରଣ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି । କାଉଣ୍ଟରରେ ଭିଡ କମ କରିବାକୁ ଟୋକନ ବ୍ୟବସ୍ଥା କରାଯିବ । ପୋର୍ଟାଲରେ ସ୍ଲଟ ବୁକ କରି ଟୋକନ ହାସଲ କରିବାକୁ ପଡିବ । ଦୋକାନୀ ଏହାର ବ୍ୟବସ୍ଥା କରିବେ । ଭିଡ ଏଡାଇବା ଲାଗି କାଉଣ୍ଟର ସାମ୍ନାରେ ବ୍ୟାରିକେଡ ବ୍ୟବସ୍ଥା କରାଯିବ । ଏହା ସହିତ ଦୋକାନରେ ମଧ୍ୟ ଅଧିକ କର୍ମଚାରୀଙ୍କୁ ନିୟୋଜନ କରାଯିବ । ସାମାଜିକ ଦୂରତ୍ୱ ବଜାୟ, ମାସ୍କ ପିନ୍ଧିବା ଆଦି ଉପରେ ଦୋକାନୀ ନଜର ରଖିବେ । ନିୟମ ଉଲ୍ଲଙ୍ଘନ ହେଲେ ଜିଲ୍ଲାପାଳ ଦୋକାନକୁ ବନ୍ଦ କରିପାରିବେ । ଏହା ସହିତ ମଦର ହୋମ ଡେଲିଭରି ମଧ୍ୟ ଜାରି ରହିବ ।

LEAVE A REPLY

Please enter your comment!
Please enter your name here