Spread the love

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ୩୧ ତାରିଖ ଯାଏ ଲକଡାଉନ ଜାରି ରହିବ ଓ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଲାଗୁ ହେବ ବୋଲି ଜିଲ୍ଲା ପ୍ର୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ରାଜ୍ୟରେ ଗଞ୍ଜାମ ଜିଲ୍ଲା କରୋନା ସଂକ୍ରମଣ ଓ ମୃତ୍ୟୁହାରରେ ସର୍ବାଗ୍ରେ ରହିଛି । ଶୁକ୍ରବାର ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଅନଲକ-୦୩ ଘୋଷଣା କଲା ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପାଇଁ ନୁଆ ଗାଇଡ଼ ଲାଇନ ଜାରି କରାଯାଇଛି । ଜିଲ୍ଲା ପ୍ରଶାସନର ଘୋଷଣା ଅନୁଯାୟୀ ଜିଲ୍ଲାରେ ଅଗଷ୍ଟ ୩୧ ତାରିଖ ଯାଏ ଲକଡାଉନ ଜାରି ରହିଚବ । ସେହିପରି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଲାଗୁ ହେବ । ଦୋକାନ ବଜାର ସକାଳ ୫ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ବ୍ରହ୍ମପୁର ମହାଗର ନିଗମ ଅଞ୍ଚଳରେ ମଧ୍ୟ ଜିଲ୍ଲା ଭଳି କଟକଣା ଲାଗୁ ହେବ ବୋଲି କୁହାଯାଇଛି । ଜିଲ୍ଲା ଓ ବ୍ରହ୍ମପୁର ସହରରେ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ପୂର୍ବ ଭଳି ଜାରି ରହିବ ।

LEAVE A REPLY

Please enter your comment!
Please enter your name here