Spread the love

ଭୁବନେଶ୍ୱର
ଜେଇ ଏବଂ ନିଟ ପରୀକ୍ଷା ଲାଗି ସରକାର ଲକଡାଉନ ଓ ସଟଡାଉନ କଟକଣାକୁ କୋହଳ କରିଛନ୍ତି । ଏହି ପରୀକ୍ଷା ଅନୁଷ୍ଠିତ ହେଉଥିବା ସହର ଉକ୍ତ କଟକଣା ଲାଗୁ ହେବ ନାହିଁ । ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ତାଙ୍କ ଅନୁଯାୟୀ ପରୀକ୍ଷା କେନ୍ଦ୍ର ହୋଇଥିବା ସହରରେ ଆସନ୍ତା କାଲି ଠାରୁ ୭ ତାରିଖ ଯାଏଁ ଲକଡାଉନ ଓ ସଟଡାଉନ କଟକଣା ଲାଗୁ ହେବନି । ସେହିପରି ସେପ୍ଟେମ୍ବର ୧୨ରୁ ୧୪ ପର୍ଯ୍ୟନ୍ତ ମଧ୍ୟ ଏହା ଲାଗୁ ହେବ ନାହିଁ । ଏହା ସହିତ ପିଲାଙ୍କୁ ରାଜ୍ୟ ସରକାର ଯିବା ଆସିବା ଏବଂ ରହିବା ବ୍ୟବସ୍ଥା ଯୋଗାଇ ଦେବେ । ବିଭିନ୍ନ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ପରୀକ୍ଷାର୍ଥୀ ମାଗଣାରେ ରହିପାରିବେ । ଏନେଇ ସୂଚନା ଦେବାକୁ ନୋଡାଲ ଆଇଟିଆଇ କେନ୍ଦର ଅଧ୍ୟକ୍ଷଙ୍କୁ ସୂଚନା ଦିଆଯାଇଛି । ପରୀକ୍ଷାର୍ଥୀ ନୋଡାଲ କେନ୍ଦ୍ରକୁ ତଥ୍ୟ ଦେଲେ ସେମାନେ ଯିବାଆସିବା ବ୍ୟବସ୍ଥା କରିବେ ।

LEAVE A REPLY

Please enter your comment!
Please enter your name here